Heavy rain: ଚାଷୀଙ୍କୁ ଭସାଇ ନେଲା ବନ୍ୟାଜଳ

Aug 23, 2026 - 16:32
Heavy rain: ଚାଷୀଙ୍କୁ ଭସାଇ ନେଲା ବନ୍ୟାଜଳ

"ଚନ୍ଦାହାଣ୍ଡି (ମହମ୍ମଦ ହୁସେନ): ଦୁଇ ଦିନ ହେବ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି।

ଚନ୍ଦାହାଣ୍ଡି ଦେଇ ପ୍ରବାହିତ ମୁଖ୍ୟ ନଦୀ ଯଥା ଭଣ୍ଡାର ନଦୀ, ତେଲ ନଦୀ, ବୋରେହି ନଦୀ, କୁକୁର ଜୋର୍, ସୁଖା ନଦୀରେ ବନ୍ୟା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି।Advertisment ବିଗତ ଦଶ ବର୍ଷ ମଧ୍ୟରେ ଏଭଳି ନଦୀ ଗୁଡ଼ିକରେ ଜଳସ୍ତର ବଢ଼ି ନ ଥିବାବେଳେ ଚଳିତ ବର୍ଷ ନଦୀଗୁଡ଼ିକ ପୂର୍ଣ୍ଣଗର୍ଭା ହୋଇ ପଡ଼ିଛି।

ଆଜି ନିଜ ଚାଷଜମିକୁ ସାର ନେଇ କି ଯିବା ସମୟରେ ମାଲଗାଁ ପଞ୍ଚାୟତର ଭେଣ୍ଡିଆ ଗ୍ରାମର ରାମେଶ୍ବର ଗୌଡ଼ଙ୍କ ବାପା ବଳ ଭନ୍ଦ୍ର ଗୌଡ଼ ବୋରେହୀ  ନଦୀ ପାରି ହେବା ସମୟରେ ହଠାତ ବନ୍ୟା ଜଳ ମାଡି ଆସିବାରୁ ଭାସି ଯାଇଛନ୍ତି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳି ପାରି ନାହିଁ।

ଏଭଳି ପରିସ୍ଥିତିରେ ପ୍ରଶାସନ ସଜାଗ ରହିବାକୁ ଦାବି ହୋଇଛି।

Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।