Heavy Rain: ଭାପୁରରେ ୩ ଦିନ ଧରି ଲଗାଣ ବର୍ଷା: ଧାନ ଫସଲ ଜଳମଗ୍ନ, ରାସ୍ତା ଓ ମନ୍ଦିର ପ୍ରଭାବିତ
"ଭାପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ପ୍ରଭାବରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଅଞ୍ଚଳରେ ୩ ଦିନ ହେଲା ତୁହାକୁ ତୁହା ଲଗାଣ ବର୍ଷାସହିତ ପବନ ବହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଲଗାଣ ବର୍ଷାରେ ଶହ ଶହ ଧାନ ଫସଲ ବୁଡ଼ି ଯାଇଥିବାବେଳେ ବଡ଼ ବଡ଼ ଗଛ ଭାଙ୍ଗି ବିଭିନ୍ନ ଅଞ୍ଚଳରେ ରାସ୍ତା ଅବରୋଧ ସହିତ ଭାପୁର କଳାପଥର ବଜାରକୁ ସଂଯୋଗ ବାଇପାସ ରାସ୍ତାର ମଧ୍ୟ ଭାଗରେ ଥିବା କାଳିଗିରି ନଦୀ ବ୍ରିଜ ଉପରେ ୨ ଫୁଟର ବର୍ଷା ପାଣିର ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି।
ଏହାଫଳରେ ଯାତାୟତରେ ବିଭିନ୍ନ ଗାଡ଼ିମୋଟର ଭୟରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।
Advertisment ମନ୍ଦିରକୁ ଯିବାପାଇଁ ଅମଙ୍ଗ ହେଉଥିବା ଦେଖାଦେଇଛି ଏହା ସହିତ ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଗ୍ରାମର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ଜଳେଶ୍ୱର ଠାକୁରଙ୍କ ମନ୍ଦିର ବେଢା ଅପରିଷ୍କାର ପାଣିରେ ୪ ଦିନ ହେଲା ବୁଡ଼ି ରହିଥିବାରୁ ପୂଜକ ଏବଂ ଶ୍ରଦ୍ଧାଳୁମାନେ ପୂଜା କରିବାପାଇଁ ମନ୍ଦିରକୁ ଯିବାପାଇଁ ଅମଙ୍ଗ ହେଉଥିବା ଦେଖାଦେଇଛି।
ଏହି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନ ପାଣି ପଶିବା ସହିତ ଡ୍ରେନରେ କୁଢ଼ କୁଢ଼ ଠୋଲା ସହିତ ମଦ ବୋତଲ ଅପରିଷ୍କାର ସାମଗ୍ରୀ ଭାସିଆସି ବିଦ୍ୟାଳୟ ପରିସରରେ ଗଦା ହୋଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ଗ୍ରାମରେ।
Accident: ଛତ୍ରପୁରରେ ସଡ଼କ ଦୁର୍ଘଟଣା: ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର ଆହତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।