Mahoba BJP District Treasurer: ବସ ଭିତରେ ବସିଥିବା ମା’ପୁଅଙ୍କ ଜୀବନ ନେଇଗ‌ଲା ନିଆଁ

Sep 26, 2026 - 15:28
Mahoba BJP District Treasurer: ବସ ଭିତରେ ବସିଥିବା ମା’ପୁଅଙ୍କ ଜୀବନ ନେଇଗ‌ଲା ନିଆଁ

"ନୂଆଦିଲ୍ଲୀ: ନୋଏଡାରେ ଘଟିଥିବା ଭୟଙ୍କର ବସ୍ ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣାରେ ଜଣେ ମା" ଓ ତାଙ୍କ ପୁଅ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ମୃତ ମା"-ପୁଅଙ୍କ ପରିଚୟ ମହୋବା ଜିଲ୍ଲାର ଚରଖାରୀ ନିବାସୀ ତଥା ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ନୀରଜ ଗୁପ୍ତାଙ୍କ ପତ୍ନୀ ସୁନୀତା ଗୁପ୍ତା ଏବଂ ତାଙ୍କ ପୁଅ ଶଶାଙ୍କ ଗୁପ୍ତା ବୋଲି ଜଣାପଡ଼ିଛି।

ଶଶାଙ୍କ ଇଣ୍ଡିଗୋ ଏୟାରଲାଇନ୍ସରେ ଇଞ୍ଜିନିୟର ଥିଲେ।Advertisment  ସୂଚନାଯୋଗ୍ୟ, ମା" ପୁଅ ଦୁହେଁ ଦିଲ୍ଲୀ ଯାଉଥିଲେ।

ଶଶାଙ୍କଙ୍କ ମା" ସୁନୀତା ପାଦ ଯନ୍ତ୍ରଣାରେ ପୀଡ଼ିତ ଥିଲେ।

ବସ୍‌ରେ ନିଆଁ ଲାଗିବା ପରେ ଶଶାଙ୍କ ତାଙ୍କ ମା"ଙ୍କୁ ତଳକୁ ଓହ୍ଲାଇ ପାରି ନଥିଲେ।

ତେବେ ସେ ମା"ଙ୍କୁ ଏକୁଟିଆ ଛାଡ଼ି ନିଜେ ମଧ୍ୟ ବସ୍‌ରୁ ବାହାରି ନଥିଲେ।

ଫଳରେ ଉଭୟ ନିଆଁ ଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ମହୋବାରୁ ଦିଲ୍ଲୀ ଯାଉଥିଲେ ମା"-ପୁଅ ଦିଲ୍ଲୀରୁ ମହୋବା ଫେରୁଥିବା ରାଜ କଳ୍ପନା ଟ୍ରାଭେଲ୍ସ ବସ୍‌ରେ ବୁଧବାର ରାତିରେ ନିଆଁ ଲାଗିବା ଘଟଣାରେ ଅନେକ ଯାତ୍ରୀଙ୍କ ଜୀବନ ଚାଲିଯାଇଛି।

ମହୋବା ଜିଲ୍ଲାର ଚରଖାରୀର ବିଜେପି ନେତା ନୀରଜ ଗୁପ୍ତାଙ୍କ ପୁଅ ଓ ପତ୍ନୀ ମଧ୍ୟ ଦିଲ୍ଲୀରୁ ଘରକୁ ଫେରୁଥିଲେ।

ସୁନୀତା ଗୁପ୍ତା ଗତ ଏକ ମାସ ଧରି ପୁଅଙ୍କ ପାଖରେ ରହି ଦିଲ୍ଲୀରେ ଚିକିତ୍ସା କରାଉଥିଲେ।

ଏହି ସମୟରେ ନୀରଜ ଗୁପ୍ତାଙ୍କ ଭାଇ ଧୀରୁ ଗୁପ୍ତାଙ୍କୁ ହୃଦ୍‌ଘାତ ହେବାରୁ ଶଶାଙ୍କ ନିଜ ମା"ଙ୍କୁ ନେଇ ରାଜ କଳ୍ପନା ବସ୍‌ର ପଛ ସିଟ୍‌ରେ ବସି ଘରକୁ ଫେରୁଥିଲେ।

କିନ୍ତୁ ରାସ୍ତାରେ ହଠାତ୍ ବସ୍‌ରେ ନିଆଁ ଲାଗିଯାଇଥିଲା।

ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ବସ୍‌ରେ ନିଆଁ ଓ ଧୂଆଁ ବ୍ୟାପିବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା।

ଶଶାଙ୍କ ଚାହିଁଥିଲେ ବସ୍‌ର କାଚ ଭାଙ୍ଗି ସହଜରେ ବାହାରକୁ ଆସିପାରିଥାନ୍ତେ।

କିନ୍ତୁ ତାଙ୍କ ମା"ଙ୍କ ପାଦରେ ଯନ୍ତ୍ରଣା  ହେତୁ ସେ ହଠାତ ଉଠି ପାରି ନଥି‌‌ଲେ।

ଫଳରେ ମା"ଙ୍କୁ ଛାଡ଼ି ସେ ବାହାରକୁ ଆସି ନଥିଲେ।

ବସ୍‌ରୁ ତଳକୁ ଓହ୍ଲାଇଥିବା ଲୋକମାନେ ଲଗାତାର ଶଶାଙ୍କଙ୍କୁ ମଧ୍ୟ ବାହାରି ଆସିବାକୁ ଚିତ୍କାର କରୁଥିଲେ।

ନିଜ ମା" ସୁନୀତା ମଧ୍ୟ ପୁଅକୁ ବାରମ୍ବାର ତଳକୁ ଓହ୍ଲାଇଯିବାକୁ କହୁଥିଲେ।

କିନ୍ତୁ ଶଶାଙ୍କ ନିଜ ମା"ଙ୍କୁ ବଞ୍ଚାଇବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ।

ଏହି ଉଦ୍ୟମ ଭିତରେ ବସ ଭିତରେ ଅତ୍ୟଧିକ ଧୂଆଁ ଭରିଯିବା ଯୋଗୁଁ ଉଭୟ ଅଚେତ ହୋଇଯାଇଥିଲେ।

ଏହାପରେ  ନିଆଁର ଆଁ ମା"ପୁଅଙ୍କ ଜୀବନ ନେଇଯାଇଥିଲା।

ଘଟଣାସ୍ଥଳରେ ଉଭୟଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଥିଲା।

ଡ୍ରାଇଭରଙ୍କ ଉପରେ ପରିବାରର ଅଭିଯୋଗ ଏହି ଘଟଣା ପାଇଁ ପରିବାର ସଦସ୍ୟମାନେ ବସ୍‌ର ଚାଳକ ଓ ପରିଚାଳକଙ୍କ ଘୋର ଅବହେଳାକୁ ଦାୟୀ କରିଛନ୍ତି।

ଯାତ୍ରୀମାନେ ବସ୍‌ରେ ପୋଡ଼ା ଗନ୍ଧ ଆସୁଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ବସ୍‌କୁ ସମୟରେ ଅଟକାଯାଇ ନଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ମୃତଦେହ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବାରୁ ଡିଏନ୍‌ଏ ପରୀକ୍ଷାରୁ ମା" ପୁଅଙ୍କୁ ଚିହ୍ନଟ କରାଯାଇଥିଲା।

ଏହି ଦୁଃଖଦ ଘଟଣାର ଖବର ପ୍ରଚାର ହେବା ପରେ ମହୋବା ଓ ଚରଖାରୀରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ସାଂସଦ ପୁଷ୍ପେନ୍ଦ୍ର ସିଂହ ଚନ୍ଦେଲଙ୍କ ସମେତ ବିଜେପି ନେତା ଓ କର୍ମୀମାନେ ନୀରଜ ଗୁପ୍ତାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ମା" କ୍ଷୀରରେ କ୍ଷତିକାରକ ରାସାୟନିକ ପଦାର୍ଥ: ନବଜାତଙ୍କ ବୃକକ, ଯକୃତ ସଙ୍କଟରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।