Heroin seizure: ୬୧ ଗ୍ରାମର ହେରୋଇନ ଜବତ, ‌ସ୍କୁଟି ସହ ଅଭିଯୁକ୍ତ ଗିରଫ

Oct 16, 2026 - 23:15
Heroin seizure: ୬୧ ଗ୍ରାମର ହେରୋଇନ ଜବତ, ‌ସ୍କୁଟି ସହ ଅଭିଯୁକ୍ତ ଗିରଫ

"ଜଗତସିଂହପୁର ସଦର: ଜଗତସିଂହପୁର ଥାନା ମଣ୍ଡାସାହି ନିକଟସ୍ଥ ଜାହାନପୁର ଗ୍ରାମରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।

ଯାଞ୍ଚ ପରେ ତାଙ୍କ ପାଖରୁ ୬୧ ଗ୍ରାମର ହେରୋଇନ୍, ଏକ ମୋବାଇଲ ଫୋନ ଏବଂ ଏକ ହୋଣ୍ଡା ଡିୟୁ ସ୍କୁଟି (ନଂ- ଓଡ଼ି-୨୧-ଟି-୬୫୩୫) ଜବତ କରାଯାଇଛି।Advertisment ଜଗତସିଂହପୁର ଥାନା ଜାହାନପୁର ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ ଦୀର୍ଘ ଦିନ ଧରି ଜାହାନପୁର ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ସେ  ଅବକାରୀ ବିଭାଗର ସ୍କାନରରେ ଥିଲା।

ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବା ବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା।

ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ପ୍ରାଶାନ୍ତ ଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ।

ଦଶହରା ପୂଜା ପାଇଁ ଗ୍ରାହକଙ୍କୁ ବିକ୍ରି କରିବା ଉଦ୍ଦେଶ୍ଯରେ ସେ ଆଜି ହେରୋଇନ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ।

ଜାହାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ସେ ଗ୍ରାହକଙ୍କୁ ହେରୋଇନ ବିକ୍ରି କରୁଥିବା ବେଳେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ।

ଗିରଫ ଅଭିଯୁକ୍ତ ଜଣକ ହେଲେ ଜାହାନପୁର ଗ୍ରାମର କ୍ଷୀରୋଦ ସ୍ବାଇଁଙ୍କ ପୁଅ ପ୍ରଶାନ୍ତ କୁମାର ସ୍ବାଇଁ (୩୪)।

ସ୍କୁଟି ସହ ଜବତ ସାମଗ୍ରୀର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ।

ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ସଂଖ୍ୟା ୧୮୬୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି।

ଅଭିଯୁକ୍ତଙ୍କ ନାମରେ ପୂର୍ବ ରୁ ଅବକାରୀ ବିଭାଗରେ ବହୁ ମାମଲା ଥିବାର ଜଣା ପଡିଛି।

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜଗତସିଂହପୁର ଅଞ୍ଚଳରେ ସକ୍ରିୟ ନିଶା ବ୍ୟବସାୟୀଙ୍କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଅନିତା ପ୍ରଧାନ ଓ ହେରୋଇନ ବେପାର ସହ ଜଡ଼ିତ ତଥା ସିଣ୍ଡିକେଟର ମାଷ୍ଟରମାଇଣ୍ଡକୁ ଜେଲ୍‌ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।