High Alert Along Kotia Border: କୋଟିଆ ସୀମାରେ ପୋଲିସର କଡ଼ା ପହରା, ୬ ସମ୍ବେଦନଶୀଳ ଗାଁରେ ନାକାବନ୍ଦୀ
କୋଟିଆ ସୀମାରେ ପୋଲିସର କଡ଼ା ପହରା।
ଆନ୍ଧ୍ର-ଓଡ଼ିଶା ସୀମାନ୍ତର ସମ୍ବେଦନଶୀଳ ଗାଁଗୁଡ଼ିକରେ ଆଲର୍ଟ ମୋଡରେ କୋରାପୁଟ ପୋଲିସ।
ନେରଡ଼ିବାଲସା, ତାଡ଼ିବାଲସା, ଆରୁଜୁବାଲସା, ଉପର ସମ୍ବି, ଫଗୁନସୁନେରି ଓ ଫଟୁସୁନେରିରେ ପୋଲିସ ଟେଣ୍ଟ ସ୍ଥାପନ ସହ ନାକାବନ୍ଦୀ ଓ ଚେକ୍ ପୋଷ୍ଟ ବ୍ୟବସ୍ଥା କରାଯାଇଛି।
Advertisment ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀ ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି।
ସମ୍ଭାବ୍ୟ ଅନୁପ୍ରବେଶ ଓ ନିର୍ବାଚନୀ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ପୋଲିସର ଏହି ପଦକ୍ଷେପ।
ଅନ୍ୟପଟେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ସୀମା ବିବାଦକୁ ପୁଣିଥରେ ସାମ୍ନାକୁ ଆଣିଛି।
ଏପଟେ କୋଟିଆରେ ଜୋରଦାର ହୋଇଛି ଆନ୍ଧ୍ରର ନିର୍ବାଚନୀ ପ୍ରଚାର।
ଆସନ୍ତା ୩ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବାରୁ ଟିଡିପି, ୱାଇଏସଆର କଂଗ୍ରେସ ସମେତ ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଲାଗିପଡ଼ିଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।