High Court Rejects Bail Plea of Choudwar Jail Superintendent: ଚୌଦ୍ୱାର ଜେଲ ଅଧୀକ୍ଷକଙ୍କୁ ଝଟକା, ଆଗୁଆ ଜାମିନ ଆବେଦନ ଖାରଜ

Aug 29, 2026 - 15:25
High Court Rejects Bail Plea of Choudwar Jail Superintendent: ଚୌଦ୍ୱାର ଜେଲ ଅଧୀକ୍ଷକଙ୍କୁ ଝଟକା, ଆଗୁଆ ଜାମିନ ଆବେଦନ ଖାରଜ

ଚୌଦ୍ୱାର ସର୍କଲ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଝଟକା ଲାଗିଛି। ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଚୌଦ୍ୱାର ଜେଲରୁ ଦୁଇ ଜଣ ବିହାରୀ କଏଦୀ ଫେରାର ଘଟଣାକୁ ନେଇ ଅଧୀକ୍ଷକ ବିବାଦରେ ରହିଥିଲେ।

ସୂଚନା ଅନୁସାରେ, ଦୁଇ କଏଦୀ ଜେଲରୁ ଫେରାର ହେବା ଘଟଣା ପରେ ଜେଲ୍ ମିନିଟ୍ ବୁକ୍‌ରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ଏନେଇ ସେତେବେଳର ଜେଲର ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ। ମାମଲାରେ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନାଁ ଆସିବା ପରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲାର ଶୁଣାଣି ସମୟରେ ଆଗୁଆ ଜାମିନ ଦିଆଗଲେ ତଦନ୍ତ ପ୍ରଭାବିତ ହେବ ବୋଲି ଯୁକ୍ତି ଦର୍ଶାଯାଇଥିଲା। ଏହି ଦିଗକୁ ବିଚାରକୁ ନେଇ ହାଇକୋର୍ଟ ଅଧୀକ୍ଷକଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଏହି ମାମଲାର ତଦନ୍ତ ଆଗକୁ କେଉଁ ଦିଗକୁ ଯାଉଛି, ତାହା ଉପରେ ଏବେ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।