Ashram Season 4 Shooting Begins: ଆରମ୍ଭ ହେଲା ଆଶ୍ରମ ସିଜନ୍ ୪ ଶୁଟିଂ, ପୁଣି ଫେରିଲେ ବାବା ନିରାଲା; ପୁଣି ଏକାଠି ବାବା-ପମ୍ମୀ!

Aug 29, 2026 - 15:25
Ashram Season 4 Shooting Begins: ଆରମ୍ଭ ହେଲା ଆଶ୍ରମ ସିଜନ୍ ୪ ଶୁଟିଂ, ପୁଣି ଫେରିଲେ ବାବା ନିରାଲା; ପୁଣି ଏକାଠି ବାବା-ପମ୍ମୀ!

ଲୋକପ୍ରିୟ ୱେବ୍ ସିରିଜ୍ ‘ଆଶ୍ରମ’ର ଚତୁର୍ଥ ସିଜନ୍କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ବଢ଼ିବାରେ ଲାଗିଛି। ସିରିଜ୍ର ନୂଆ ସିଜନ୍ର ଶୁଟିଂ ଆରମ୍ଭ ହୋଇଥିବା ଖବର ମଧ୍ୟରେ ଏବେ ସେଟ୍ରୁ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ପମ୍ମୀ ଭୂମିକାରେ ଅଭିନୟ କରୁଥିବା ଅଦିତି ପୋହନକର ଏହି ଗ୍ରୁପ୍ ଫଟୋଟି ସେୟାର କରିଛନ୍ତି। ଫଟୋରେ ତାଙ୍କ ସହ ବବି ଦେଓଲ, ଚନ୍ଦନ ରାୟ ସାନ୍ୟାଲଙ୍କ ସମେତ ସିରିଜ୍ର ଅନ୍ୟ କଳାକାର ଓ ଟିମ୍ ସଦସ୍ୟମାନେ ନଜର ଆସୁଛନ୍ତି।

ସେଟରେ ବବି-ଅଦିତିଙ୍କ ଜବରଦସ୍ତ ବଣ୍ଡିଂ

ସାମ୍ନାକୁ ଆସିଥିବା ଫଟୋରେ ସମସ୍ତେ ଖୁବ୍ ଖୁସି ଏବଂ ମଜାମସ୍ତି କରୁଥିବା ନଜର ଆସିଛନ୍ତି। ବବି ଦେଓଲ ଏକ ହଳଦିଆ ଟି-ଶାର୍ଟ ପିନ୍ଧିଥିବା ବେଳେ ତାଙ୍କ ପାଖରେ ଅଦିତି ପୋହନକର ଛିଡ଼ା ହୋଇଛନ୍ତି। ଚନ୍ଦନ ରାୟ ସାନ୍ୟାଲ ମଧ୍ୟ ଫଟୋରେ ଦେଖାଯାଉଛନ୍ତି।

ତେବେ ଫଟୋର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ବବି ଦେଓଲ ଓ ଅଦିତି ପୋହନକରଙ୍କ ବଣ୍ଡିଂ। ‘ଆଶ୍ରମ’ର କାହାଣୀରେ ବାବା ନିରାଲା ଓ ପମ୍ମୀଙ୍କ ମଧ୍ୟରେ ଦମଦାର ମତଭେଦ ଏବଂ ତିକ୍ତତା ଦେଖିବାକୁ ମିଳିଥିବା ବେଳେ, ସେଟ୍ରେ ଦୁହେଁ ଏକଦମ୍ ସହଜ ଓ ଖୁସି ମିଜାଜରେ ନଜର ଆସିଛନ୍ତି। ଏହି କାରଣରୁ ଫଟୋଟି ଏବେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି।

ପୁଣି ଫେରୁଛନ୍ତି ବାବା ନିରାଲା ଓ ଭୋପା ସ୍ୱାମୀ

‘ଆଶ୍ରମ’ର ଚତୁର୍ଥ ସିଜନ୍ରେ ବବି ଦେଓଲ ପୁଣିଥରେ ବାବା ନିରାଲା ଭୂମିକାରେ ଫେରୁଛନ୍ତି। ସେହିପରି ଅଦିତି ପୋହନକର ପମ୍ମୀ ଭୂମିକାକୁ ଆଗକୁ ନେବେ। ଅନ୍ୟପଟେ ଚନ୍ଦନ ରାୟ ସାନ୍ୟାଲଙ୍କୁ ପୁଣି ଭୋପା ସ୍ୱାମୀ ଭୂମିକାରେ ଦେଖିବାକୁ ମିଳିବ। ଏହି ତିନିଟି ଚରିତ୍ର ‘ଆଶ୍ରମ’ର କାହାଣୀରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବାବା ନିରାଲାଙ୍କ ଅତି ନିକଟତମ ବ୍ୟକ୍ତି ଭାବେ ଭୋପା ସ୍ୱାମୀଙ୍କ ଚରିତ୍ର ପ୍ରତ୍ୟେକ ସିଜନ୍ରେ କାହାଣୀକୁ ନୂଆ ମୋଡ଼ ଦେଇଆସିଛି।

ଚତୁର୍ଥ ସିଜନରେ କ’ଣ ହେବ?

ଚତୁର୍ଥ ସିଜନ୍ର ଶୁଟିଂ ଆରମ୍ଭ ହୋଇଥିବା ଖବର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି। ପୁରୁଣା କଳାକାରମାନଙ୍କ ସହ ନୂଆ ଅଧ୍ୟାୟ ପାଇଁ ‘ଆଶ୍ରମ’ ଟିମ୍ ପୁଣି ଏକାଠି ହୋଇଛି। ଏହି ସିରିଜ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରକାଶ ଝା। ତେବେ ନୂଆ ସିଜନ୍ର କାହାଣୀ କେଉଁ ଦିଗକୁ ଯିବ, ବାବା ନିରାଲା ଓ ପମ୍ମୀଙ୍କ ମଧ୍ୟରେ ସମ୍ପର୍କ କିପରି ବଦଳିବ ଏବଂ ଭୋପା ସ୍ୱାମୀଙ୍କ ଭୂମିକା କାହାଣୀରେ କେଉଁ ନୂଆ ମୋଡ଼ ଆଣିବ—ସେନେଇ ଦର୍ଶକଙ୍କ ମନରେ ଏବେଠାରୁ ଅନେକ ପ୍ରଶ୍ନ ରହିଛି। ସେଟ୍ରୁ ଆସିଥିବା ଏହି ଫଟୋ ନୂଆ ସିଜନ୍କୁ ନେଇ ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।