High Court: ଫୋଗତଙ୍କ ଅବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

Sep 11, 2026 - 14:42
High Court: ଫୋଗତଙ୍କ ଅବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

"ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖରେ ଆଗାମୀ ବରିଷ୍ଠ ବିଶ୍ବ କୁସ୍ତି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ)ର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଭିନେଶ ଫୋଗତ ଏହି ଚୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିଲେ।

ଫଳରେ ଏଥିରେ ସାମିଲ କରିବାକୁ ଫୋଗତ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ହେଲେ ତାଙ୍କର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି।

ଭିନେଶଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଗର୍ଭାବସ୍ଥା, ସନ୍ତାନ ଜନ୍ମ ଓ ସୁସ୍ଥ ହେବା ପରେ ଏହି କୁସ୍ତିଯୋଦ୍ଧା ପ୍ରତିଯୋଗିତାକୁ ଫେରିଛନ୍ତି।

କିନ୍ତୁ ଚୟନ ପ୍ରକ୍ରିୟାରେ ତାଙ୍କୁ ସାମିଲ କରାଯାଉନି।

ଏପରିକି ଚୟନ ପ୍ରକ୍ରିୟାର ମାତ୍ର କିଛି ଦିନ ପୂର୍ବରୁ ତାଙ୍କୁ ମାନଦଣ୍ଡ ବିଷୟରେ ଅବଗତ କରାଯାଇଥିଲା।Advertisment ଅସୁବିଧାକୁ କୋର୍ଟ ସ୍ୱୀକାର କରିଥିଲେ ଅନ୍ୟପକ୍ଷରେ, ଡବ୍‌ଲ୍ୟୁଏଫ୍‌ଆଇ କହିଥିଲା ଯେ ଫୋଗାତଙ୍କୁ ପ୍ରତିଯୋଗିତାରୁ ବାରଣ କରାଯାଇନି।

ଚୟନ ପ୍ରକ୍ରିୟା ଲାଗି ଯୋଗ୍ୟ ହେବା ପୂର୍ବରୁ ସେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କୁହାଯାଇଥିଲା।

ଏହା ଶୁଣିବା ପରେ କୋର୍ଟ ଫୋଗତଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ଲାଗି ଅନୁମତି ଦେବାକୁ ମନା କରିଛନ୍ତି ଏବଂ କହିଛନ୍ତି ଯେ ଏପରି କଲେ କୁସ୍ତିଯୋଦ୍ଧାଙ୍କ ପାଇଁ ଥିବା ନିୟମରେ ବ୍ୟତିକ୍ରମ ଦେଖାଯିବ।

ହେଲେ ମାତୃତ୍ୱଜନିତ ବିରତି ପରେ ଖେଳକୁ ଫେରୁଥିବା ମହିଳା ଖେଳାଳିମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ କୋର୍ଟ ସ୍ୱୀକାର କରିଥିଲେ ଏବଂ ମହାସଂଘକୁ ଏଭଳି ଖେଳାଳିଙ୍କ ପାଇଁ କିଛି ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ କରିବାକୁ ଉପଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବରିଷ୍ଠ ବିଶ୍ବ କୁସ୍ତି ପ୍ରତିଯୋଗିତା ଅକ୍ଟୋବର ୨୪ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନର ଆସ୍ତାନାଠାରେ ଅନୁଷ୍ଠିତ ହେବ।

Asian Games: ଏସୀୟ କ୍ରୀଡ଼ା: ବାଦ୍‌ ପଡ଼ିଲେ ଅନୁ; ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାଗନେବେ ସାବ୍‌ଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।