Odisha: ଓଡ଼ିଶା ଏଫ୍‌ସିକୁ ଫେରିଲେ ନନ୍ଦକୁମାର

Sep 11, 2026 - 14:42
Odisha: ଓଡ଼ିଶା ଏଫ୍‌ସିକୁ ଫେରିଲେ ନନ୍ଦକୁମାର

"ଭୁବନେଶ୍ବର: ଇଷ୍ଟ୍‌ ବେଙ୍ଗଲ୍‌ ଏଫ୍‌ସିରୁ କିଛି ଦିନ ଖେଳିବା ପରେ ନନ୍ଦକୁମାର ଶେକର ଶୁକ୍ରବାର ଭୁବନେଶ୍ବର ଭିତ୍ତିକ ଆଇଏସ୍‌ଏଲ୍‌ ଦଳ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌ (ଓଏଫ୍‌ସି)କୁ ଫେରିଛନ୍ତି।

ତାଙ୍କ ସହ ଓଡ଼ିଶା ଏଫ୍‌ସି ଗୋଟିଏ ବର୍ଷ (୨୦୨୬-୨୭) ଲାଗି ଚୁକ୍ତି କରିଛି।

ପୂର୍ବରୁ ଏହି ଭୁବନେଶ୍ବର କ୍ଲବ୍‌ରୁ ସେ ୪ ବର୍ଷ ଖେଳିଥିଲେ।

ଏହି ସମୟ ମଧ୍ୟରେ ନନ୍ଦକୁମାର ୫୯ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ୭ ଗୋଲ୍‌ କରିଥିଲେ ଏବଂ ୫ଟିରେ ସହଯୋଗ କରିଥିଲେ।

Advertisment ଭୁବନେଶ୍ବର କ୍ଲବ୍‌ରୁ ସେ ୪ ବର୍ଷ ଖେଳିଥିଲେ ୨୦୨୨-୨୩ ଋତୁରେ ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମ ଥର ଆଇଏସ୍‌ଏଲ୍‌ ପ୍ଲେଅଫ୍‌କୁ ଯୋଗ୍ୟତା ଅର୍ଜନ କରିବା ସହ ପ୍ରଥମ ଥର ଲାଗି ସୁପର କପ୍‌ ବିଜେତା ହୋଇଥିଲ।

ଏହି ଆଇଏସ୍‌ଏଲ୍‌ ଋତୁରେ ସେ ୬ ଗୋଲ୍‌ କରିବା ସହ ଗୋଟିଏରେ ସହଯୋଗ କରିଥିଲେ।

ସେ ମଧ୍ୟ ସୁପର୍‌ କପ୍‌ରେ ୪ ଗୋଲ୍‌ ଦେଇଥିଲେ।

ଏହି ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ।

୨୦୨୩ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭାନୁଆତୁ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଏହି ୱିଙ୍ଗର୍‌।

ଏସୀୟ କ୍ରୀଡ଼ା: ବାଦ୍‌ ପଡ଼ିଲେ ଅନୁ; ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାଗନେବେ ସାବ୍‌ଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।