High Court: ହାଇକୋର୍ଟରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପେନ୍ସନ୍ ପ୍ରସଙ୍ଗ: ସରକାର ସମୟ ଲୋଡ଼ିଲେ
କଟକ: ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ୍ ସଂପର୍କିତ ମାମଲା ଆଜି ନୂଆ ମୋଡ଼ ନେଇଛି। ଜଷ୍ଟିସ୍ ବି.ପି. ରାଉତରାୟ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ ଯୁକ୍ତି ଉପସ୍ଥାପନ କରିବେ ବୋଲି ଦର୍ଶାଯାଇ ସମୟ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। ମାମଲାର ପ୍ରତିପକ୍ଷ ତଥା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ହାଇକୋର୍ଟରେ ପ୍ରସଙ୍ଗ ବିଚାରାଧୀନ ଥିବା ବେଳେ ପ୍ରୋଭିଜନାଲ୍ ପେନ୍ସନ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଯାଇଥିଲା। ସରକାରଙ୍କ ସମୟ ପ୍ରଦାନ ନିବେଦନକୁ ପ୍ରତିପକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ବିରୋଧ କରାଯାଇଥିଲା। ଅକ୍ଟୋବର ୭କୁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ
ପ୍ରୋଭିଜନାଲ୍ ପେନ୍ସନ୍ ପ୍ରସଙ୍ଗ ଉଠାଇଲେ ପ୍ରତିପକ୍ଷ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ଲକ୍ ଗ୍ରାଣ୍ଟ ଓ ଏବେର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁ ନାହଁ। ପୂର୍ବରୁ ଏହି ପ୍ରସଙ୍ଗ ନେଇ ଶରତଚନ୍ଦ୍ର ପରିଡ଼ାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ୍ ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନ୍ସନ୍ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ। ଏଭଳି ସ୍ଥିତିରେ ପେନ୍ସନ୍ ଓ ଅବସରକାଳୀନ ପ୍ରାପ୍ୟ ଅବସର ପର ଦିନଠାରୁ ପ୍ରଦାନ କରାଯାଉ ବୋଲି ଦର୍ଶାଇ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶତାଧିକ କର୍ମଚାରୀ ସରକାରଙ୍କ ନିକଟରେ ଦରଖାସ୍ତ କରିଥିଲେ। କିନ୍ତୁ ସରକାର ସେମାନଙ୍କ ଦରଖାସ୍ତ ଖାରଜ କରିବା ପରେ ଅବସରପ୍ରାପ୍ତ କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ
ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ପ୍ରଦାନ ଦରଖାସ୍ତକୁ ଖାରଜ ନେଇ ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ତିନି ମାସ ଭିତରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ ର୍କମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଥିଲେ। ହେମନ୍ତ କୁମାର ଛୋଟରାୟ ଓ ଅନ୍ୟ ଶତାଧିକ ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ୨୦୨୪ ଜାନୁଆରି ୧୨ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସରକାର ଦୁଇଜଣିଆ ଖଣ୍ଡପୀଠରେ ଏକାଧିକ ରିଟ୍ ଅପିଲ ଦାୟର କରିଥିଲେ। ମାମଲାର ପ୍ରତିପକ୍ଷ ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି, ବୁଦ୍ଧଦେବ ରାଉତରାୟ, ଆଇନଜୀବୀ କୁନାଲ କୁମାର ସ୍ବାଇଁ, ଡକ୍ଟର ପୁରୁଷୋତ୍ତମ ଚୁଳି, ମହେନ୍ଦ୍ର କୁମାର ସାହୁ, ସଂଗ୍ରାମ କେଶରୀ ଜେନା ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।