High Security Fails to Stop Kotia Residents From Voting: ଓଡ଼ିଶାରେ ଘର, ଆନ୍ଧ୍ରରେ ଭୋଟ୍; କୋଟିଆରେ ପୁଣି ସୀମା ବିବାଦ ତେଜିଲା
ଓଡ଼ିଶାରେ ଘର, ଆନ୍ଧ୍ରକୁ ଦେଲେ ଭୋଟ୍।
ଅଟକାଇଲା ପୋଲିସ୍, ବୁଝାଇଲେ ନେତା ତଥାପି ଭୋଟ୍ ଦେବାକୁ ନଦୀ ପାର ହେଇ ଆରପଟକୁ ଗଲେ।
ଆନ୍ଧ୍ର ପ୍ରଦେଶର ସବୁ ଚାଲ୍ କୋଟିଆରେ ଫେଲ୍ ମାରିବା ପରେ ଏବେ ନିଜ ଅଞ୍ଚଳରେ ଭୋଟ୍ କରାଇଲା, ଆଉ ଦଲାଲ ଲଗାଇ ଲୋକଙ୍କୁ ବୋହି ନେଲା।
Advertisment ସୀମାରେ କଡ଼ା ସୁରକ୍ଷା, ତନ୍ନ ତନ୍ନ ଯାଞ୍ଚ।
ଓଡ଼ିଶା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ରାତି ସାରା ପଇନ୍ତରା।
କୋଟିଆକୁ ତିନି ଆଡ଼ୁ ଘେରି ରହିଥିଲେ ପୋଲିସ୍ ଅଧିକାରୀ।
୨୧ ଗାଁରେ ଲାଗିଥିଲା BNS-163 ଧାରା।
୧୬ ମାଜିଷ୍ଟ୍ରେଟ୍, ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।
ତଥାପି ଆନ୍ଧ୍ର ପଟେ ସାରିକା ବୁଥରେ କୋଟିଆର ୭ ଶହରୁ ଅଧିକ ଲୋକେ ଦେଇଛନ୍ତି ଭୋଟ୍।
...
ୟେ ଦେଖନ୍ତୁ, ଶୁଙ୍କି ବାଟରେ ଯାଇ ଭୋଟ୍ ଦେଇ ଫେରିଥିବା କୋଟିଆ ବାସିନ୍ଦା।
ପରିବାର ସହ ଯାଇ ମତଦାନ ଆନ୍ଧ୍ର ପଟେ କରିଛନ୍ତି।
ଆଉ ଏମାନଙ୍କ ଘର କୋଟିଆରେ, ରାସ୍ତା ବି ଓଡ଼ିଶା କରିଛି, ଆଉ ସେଇ ରାସ୍ତାରେ ଯାଇ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇ ଫେରିବା ପରର ସ୍ଥିତି।
ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ ଆନ୍ଧ୍ରରୁ ଭୋଟ୍ ଦେଇ ଫେରୁଥିବା ଲୋକଙ୍କ ଯୁକ୍ତି।
ସ୍ଥିତି ଏତେ ବିଗିଡ଼ିଲା ଯେ, ଆନ୍ଧ୍ରରେ ଭୋଟ୍ ଦେଇଥିବାରୁ ସେମାନେ ଓଡ଼ିଶା ଛାଡ଼ିବାକୁ ଯିବାକୁ ବି ଚେତାଇ ଦେଲେ ଓଡ଼ିଶାର ନେତାଏ।
ଅନେକ ଚେଷ୍ଟା କରି ବିଫଳ ହେଲା ଆନ୍ଧ୍ର।
ବୁଥ୍ ବନ୍ଦ ହେଲା, ଭୋଟ୍ ପାଇଁ ପଠାଇଥିବା ଚାଉଳ ବି ଫେରିଗଲା।
ବେଇଜ୍ଜତ ହୋଇ ସୀମାରେ ଧସ୍ତାଧସ୍ତି ପରେ ଫେରିଲେ ଆନ୍ଧ୍ରର ପୋଲିସ୍ ଓ ପ୍ରଶାସନିକ ଅଧିକାରୀ।
ଶେଷରେ ଆଜି ଭୋଟିଂ ଦିନ ଦଲାଲ ଲଗାଇ, ସୀମା ବାହାରେ ଗାଡ଼ି ପଠାଇ ଲୋକଙ୍କୁ ବୋହିଛି।
ଖାଲି ସେତିକି ନୁହେଁ ଲୋକଙ୍କୁ ମିଳୁଥିବା ଆନ୍ଧ୍ରର ଭତ୍ତା ଓ ଯାଆସ ବନ୍ଦ କରିଦେବାକୁ ଧମକ ଦେଇ ନେଇଛି ଭୋଟ୍।
ଖାଲି କୋଟିଆ ନୁହେଁ ପଟ୍ଟାଙ୍ଗୀ ବ୍ଲକର ଏକାଧିକ ସୀମାବର୍ତ୍ତି ଗାଁ ଲୋକେ ଆନ୍ଧ୍ରର ଲୋଭନୀୟ ଯୋଜନା ଓ ଧମକକୁ ଡରି ଭୋଟ୍ ଦେଇଛନ୍ତି।
Advertisment କୋଟିଆରେ ଭୋଟ୍ କରାଇ ନଦେବାକୁ ପ୍ରଶାସନ ତ ଲାଗିଥିଲା, ତାସହ ତିନି ଦଳ ବି ଜଗି ଥିଲା ପୁରା ରାତି।
ବିଜେପି-ବିଜେଡି ଓ କଂଗ୍ରେସର ପ୍ରତିନିଧି ଏକାଠି ହୋଇ ଓଡ଼ିଶାର ଅଭେଦ୍ୟ ଅଙ୍ଗ କୋଟିଆ ପାଇଁ ଏକଜୁଟ୍ ହୋଇଛନ୍ତି, ଗୋଟିଏ ସ୍ଥାନରେ।
କୋଟିଆର ଅଧା ଲଢ଼େଇ ଜିତିଛି ଓଡ଼ିଶା।
ଆନ୍ଧ୍ରକୁ ପଛକୁ ଠେଲି ପଠାଇଛି, ବୁଥ୍ ବନ୍ଦ କରି ଦମ୍ଭ ଭାଙ୍ଗିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।