Delhi Building Collapse: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ଆକ୍ସନ; ଦୁଇ ଇଞ୍ଜିନିୟରଙ୍କୁ କରାଗଲା ତତ୍କାଳ ନିଲମ୍ବନ
ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ଆକ୍ସନ।
କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ ଜୁନିୟର ଇଞ୍ଜିନିୟର ଓ ସହକାରୀ ଯନ୍ତ୍ରୀ ଚାକିରିରୁ ସସପେଣ୍ଡ।
ଘଟଣାସ୍ଥଳରେ CM ରେଖା ଗୁପ୍ତା ପହଞ୍ଚି ଅନୁଧ୍ୟାନ କରିବା ପରେ MCD ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ।
ଏପଟେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।
Advertisment ଘଟଣାର ତଦନ୍ତ କରାଯିବା ସହ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ଚାୱଡ଼ି ବଜାର ଅଞ୍ଚଳରେ ତିନି ମହଲା କୋଠା ଭୁଶୁଡ଼ି ୨ ଜଣଙ୍କ ଜୀବନ ଯାଇଛି।
ଧ୍ୱଂସାବଶେଷ ତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା ରହିଛି।
ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଖବର ପାଇ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ସଂକୀର୍ଣ୍ଣ ଗଳି ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି।
ତଥାପି ଭଗ୍ନାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।
Advertisment ଦିଲ୍ଲୀରେ ବିଲ୍ଡିଂ ଟ୍ରାଜେଡି, ଦୁଇ ଇଞ୍ଜିନିୟର ସସପେଣ୍ଡ ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ଆକ୍ସନ ଦୁଇ ଇଞ୍ଜିନିୟରଙ୍କୁ ତତ୍କାଳ କରାଗଲା ନିଲମ୍ବନ ଘଟଣାସ୍ଥଳରେ ପହଞ୍ଚିଲେ CM ରେଖା ଗୁପ୍ତା କୋଠା ଭୁଶୁଡ଼ିବା ଘଟଣାରେ MCDର କାର୍ଯ୍ୟାନୁଷ୍ଠାନ ନିର୍ମାଣାଧୀନ ୩ ମହଲା କୋଠା ଭୁଶୁଡ଼ିଲା ୨ ଜଣଙ୍କର ମୃତ୍ୟୁ, କିଛି ଚାପି ହୋଇଥିବା ସୂଚନା ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।