Himachal's famous truck driver: ହିମାଚଳର ଚର୍ଚ୍ଚିତ ଟ୍ରକ୍ ଡ୍ରାଇଭର୍
"ଏଆର୍ ହୋଷ୍ଟେସ୍ ହେବାର ସ୍ୱପ୍ନ ଦେଖିଥିଲେ।
ଏଥିପାଇଁ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ।
କିନ୍ତୁ ଶେଷରେ ଆକାଶ ନୁହେଁ, ରାସ୍ତାକୁ ନିଜ କ୍ୟାରିଅର୍ ଭାବେ ବାଛିଲେ ହିମାଚଳପ୍ରଦେଶର ନେହା ଠାକୁର।
ସେ ଏବେ ରାଜ୍ୟର ପ୍ରଥମ ମହିଳା ଟ୍ରକ୍ ଡ୍ରାଇଭର୍ ଭାବେ ଚର୍ଚ୍ଚାରେ ଅଛନ୍ତି।
ମଣ୍ଡି ଜିଲ୍ଲାରେ ଜନ୍ମିତ ନେହା ପିଲାଦିନରୁ ଟ୍ରକ୍ ପ୍ରତି ଆକର୍ଷିତ ହୋଇଥିଲେ କାରଣ ତାଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର୍।
ଛୋଟବେଳେ ବାପାଙ୍କ ଟ୍ରକ୍ରେ ସ୍କୁଲ୍ ଯିବାଠାରୁ ଆରମ୍ଭ ହୋଇଥିବା ଏହି ଆକର୍ଷଣ ପରେ ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଗଲା।
ସ୍ନାତକ ଡିଗ୍ରି ହାସଲ କରିବା ପରେ ନେହା ଚଣ୍ଡୀଗଡ଼ ଯାଇ ଏଆର୍ ହୋଷ୍ଟେସ୍ ପ୍ରଶିକ୍ଷଣ ନେଉଥିଲେ।
ହେଲେ କୋଭିଡ୍-୧୯ ମହାମାରୀ ସମୟରେ ବିମାନ ଶିଳ୍ପ ପ୍ରଭାବିତ ହେବାରୁ ସେ ଘରକୁ ଫେରିଗଲେ।Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ଏହି ସମୟରେ ହିଁ ସେ ପିଲାଦିନର ଆଗ୍ରହକୁ କ୍ୟାରିଅର୍ କରିବାକୁ ନିଷ୍ପତ୍ତି ନେଲେ।
ଭାରୀ ଯାନ ଚଳାଇବା ପାଇଁ ପ୍ରଶିକ୍ଷଣ ନେଇ ସେ ୨୦୨୩ରେ ଲାଇସେନ୍ସ ହାସଲ କରିଥିଲେ।
ସ୍ଥାନୀୟ ରାସ୍ତାରେ ଟ୍ରକ୍ ଚାଳନା ଆରମ୍ଭ କରିବା ପରେ ନେହା ଦୀର୍ଘ ଦୂରତାର ଯାତ୍ରା କରିବାକୁ ଲାଗିଲେ।
ଟ୍ରକ୍ ଚଳାଇବା ସହ ସେ ନିଜ ଯାତ୍ରାକୁ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରଦର୍ଶନ କରୁଛନ୍ତି।
ପାହାଡ଼ିଆ ରାସ୍ତା, ବର୍ଷା, ଟ୍ରକ୍ ଲୋଡିଂ-ଅନଲୋଡିଂ ଆଦି ପେସାଦାର ଅନୁଭୂତିକୁ ସେ ଭିଡିଓ ଜରିଆରେ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି।
୨୫ ବର୍ଷୀୟ ନେହାଙ୍କର ଇନ୍ଷ୍ଟାଗ୍ରାମ୍ ଅନୁଗାମୀ ସଂଖ୍ୟା ଆଠ ଲକ୍ଷରୁ ଅଧିକ।
ୟୁଟ୍ୟୁବ୍ରେ ତାଙ୍କର ସାଢ଼େ ଚାରି ଲକ୍ଷରୁ ଅଧିକ ସବ୍ସ୍କ୍ରାଇବର୍ ଅଛନ୍ତି।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।