Hirakud swelling: ଫୁଲୁଛି ହୀରାକୁଦ: ୨୦ ଗେଟ୍ ଖୋଲା, ବନ୍ୟା ଆଶଙ୍କା
"ସମ୍ବଲପୁର: ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଇଛି।
ଗତକାଲି ରାତି ପର୍ଯ୍ୟନ୍ତ ଜଳଭଣ୍ଡାରର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ବିଭିନ୍ନ ପର୍ଯ୍ୟାୟରେ ଜଳଭଣ୍ଡାରର ଆଉ ୧୫ଟି ଗେଟ୍ ଖୋଲାଯାଇଛି।
ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା।
ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଗଙ୍ଗରେଲ୍ ଡ୍ୟାମର ସମସ୍ତ ଗେଟ୍ ଖୋଲି ଦିଆଯାଇଛି।
ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଆଜି ଛତିଶଗଡ଼ର ସମସ୍ତ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।
ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଆହୁରି ଅଧିକ ପାଣି ପ୍ରବେଶ କରିବାର ଆଶଙ୍କା ଦେଖାଦେଇଛି।Advertisment SIR: "ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା" ଶନିବାର ସନ୍ଧ୍ୟା ୬ଟା ବେଳକୁ ଜଳଭଣ୍ଡାରର ଜଳସ୍ତର ୬୨୮.୮୯ ଫୁଟ ରହିଥିଲା।
ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୫୬ ହଜାର ୧୬୮ ଘନଫୁଟ ପାଣି ପ୍ରବେଶ କରୁଥିଲା ବେଳେ ଖୋଲାଥିବା ୨୦ଟି ଗେଟ୍ ଓ ଅନ୍ୟାନ୍ୟ ମାର୍ଗ ଦେଇ ହାରାହାରି ୩ ଲକ୍ଷ ୫୯ ହଜାର ୪୬୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।
ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍ ଷ୍ଟେସନଗୁଡ଼ିକ ମଧ୍ୟରୁ ବେଲଗାଁରେ ୧ ଲକ୍ଷ ୮୭ ହଜାର କ୍ୟୁସେକ୍, ପର୍ଥଲାରେ ୩ ଲକ୍ଷ ୨୩ ହଜାର ୬୧୨ କ୍ୟୁସେକ୍, ଖଇରମାଳରେ ୪ ଲକ୍ଷ ୪୮ ହଜାର କ୍ୟୁସେକ୍, ବରମୂଳରେ ୨ ଲକ୍ଷ ୨୭ ହଜାର ୫୦୦ କ୍ୟୁସେକ୍ ଓ ମୁଣ୍ଡଳିରେ ୩ ଲକ୍ଷ ୦୪ ହଜାର ୮୯୫ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପରମୁଣ୍ଡରେ ହାରାହାରି ୭୧.୬୬ ମିମି ଓ ତଳମୁଣ୍ଡରେ ୧୫.୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ ଜଳଭଣ୍ଡାରର ଜଳସ୍ତର ଓ ଜଳପ୍ରବାହକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲାଯାଇ ପାରେ ବୋଲି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ୱେୟାରଲେସ୍ ମେସେଜ୍ ପ୍ରଦାନ କରାଯାଇଛି।
ମହାନଦୀର ଉପନଦୀ ହାତୀ ଓ ତେଲ ନଦୀ ମଧ୍ୟ ଫୁଲୁଥିବା ଜଣାପଡ଼ିଛି।
ହୀରାକୁଦରୁ ଆଜି ଛଡ଼ାଯାଇଥିବା ବନ୍ୟାଜଳ ତଳମୁଣ୍ଡରେ ପହଞ୍ଚିବା ପରେ ସେଠାରେ ବନ୍ୟାସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।