Route map lost in BQS: ବିକ୍ୟୁଏସ୍‌ରେ ହଜିଗଲାଣି ରୁଟ୍‌ ମ୍ୟାପ୍‌: ଅଚଳ ଡିସ୍‌ପ୍ଲେ ବୋର୍ଡ

Sep 27, 2026 - 06:10
Route map lost in BQS: ବିକ୍ୟୁଏସ୍‌ରେ ହଜିଗଲାଣି ରୁଟ୍‌ ମ୍ୟାପ୍‌: ଅଚଳ ଡିସ୍‌ପ୍ଲେ ବୋର୍ଡ

"ଭୁବନେଶ୍ୱର: ଯାତ୍ରୀଙ୍କ ପରିବହନକୁ ଶୃଙ୍ଖଳିତ ଓ ସହଜ କରିବା ପାଇଁ ସହରର ବସ୍‌ ଷ୍ଟପ୍‌ (ବିକ୍ୟୁଏସ୍‌)ର ବାମ ପାର୍ଶ୍ୱରେ ଉଭୟ ଇଂରାଜୀ ଓ ଓଡ଼ିଆରେ ରୁଟ୍‌ ମ୍ୟାପ୍‌ ଲଗାଯାଇଥିଲା।

ଏଥିରେ କେଉଁ ରୁଟ୍‌ରେ ବସ୍‌ ଗଡ଼ୁଛି ଏବଂ କେଉଁଠାରେ ଷ୍ଟପେଜ୍‌ ରହିଛି ତାହା ଉଲ୍ଲେଖ କରାଯାଇଥିଲା।

ଫଳରେ ଯାତ୍ରୀମାନେ ସହଜରେ କେଉଁ ପାର୍ଶ୍ୱରେ ଠିଆ ହେଲେ ନିଜସ୍ୱ ରୁଟ୍‌ର ବସ୍‌ରେ ଯାଇପାରିବେ, ସେ ସମ୍ପର୍କରେ ସୂଚନା ପାଇ ପାରୁଥିଲେ।

ହେଲେ ବର୍ତ୍ତମାନ ସେହି ସ୍ଥାନରେ ସରକାରୀ ଅଥବା ବେସରକାରୀ ବିଜ୍ଞାପନ ନଚେତ୍‌ କେବଳ ଲାଇଟ୍‌ ଦୃଶ୍ୟମାନ ହେଉଛି।

Advertisment Narendra Moid: ପ୍ରଧାନମନ୍ତ୍ରୀଙ୍କ "ଭଜନ କ୍ଲବିଂ"କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ ଏପରିକି ଜନପଥ, ବିଦ୍ୟୁତ୍‌ ମାର୍ଗ, ଜୟଦେବ ବିହାର, ସିଆର୍‌ପି, ରସୁଲଗଡ଼ ଭଳି କିଛି ଛକରେ ବସ୍‌ ରୁଟ୍‌, ସମୟ ସାରଣୀ, ଯାତ୍ରୀ ସଂଖ୍ୟା ଦର୍ଶାଉଥିବା ଡିସ୍‌ପ୍ଲେ ବୋର୍ଡ କେଉଁଠି ଅଚଳ ହୋଇପଡ଼ିଛି ତ କେଉଁଠି ଚୋରି ହୋଇଗଲାଣି।

ଫଳରେ ଯାତ୍ରୀ ବିଶେଷ କରି ବରିଷ୍ଠ ନାଗରିକ ଓ ସହରକୁ ନୂଆ କରି ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ରାଜଧାନୀରେ ଅଧିକାଂଶ ସ୍ଥାନରେ "ଆମ ବସ୍‌" ବସ୍‌ଷ୍ଟପ୍‌ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସହରକୁ ନୂଆ କରି ଆସିଥିବା ବିଶେଷ କରି ବରିଷ୍ଠ ନାଗରିକମାନେ କେଉଁ ଆଡ଼କୁ କେଉଁ ବସ୍‌ ଯିବ ଓ କେଉଁଠି ଠିଆ ହେଲେ ବସ୍‌ ରହିବ ତାହା ଜଣାପଡ଼ୁନି।

ରସୁଲଗଡ଼, ପଟିଆ, କଳିଙ୍ଗନଗର, ଓୟୁଏଟି, ଝାରପଡ଼ା, ନୀଳାଦ୍ରିବିହାର, ଡେଲଟା ଛକ, ଗୋପବନ୍ଧୁ ଛକ, ଲକ୍ଷ୍ମୀସାଗର ଆଦି ଅଞ୍ଚଳର ବହୁ ସ୍ଥାନରେ ବସ୍‌ଷ୍ଟପ ନଥିବାରୁ ଯାତ୍ରୀମାନେ କେଉଁଠି ଠିଆ ହେଲେ ବସ୍‌ରେ ଯିବେ ଜାଣି ପାରୁନାହାନ୍ତି।

SIR: "ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା" ବର୍ତ୍ତମାନ ରାଜ୍ୟ ସରକାର ଆମ୍‌ ବସ୍‌ ସେବାକୁ ବ୍ୟାପକ କରିବାକୁ ବିଭିନ୍ନ ସହରକୁ ଏହାକୁ ପ୍ରସାରିତ କରିବା ସହିତ ଡିଜିଟାଲ ସେବା ଓ ନୂଆ ରୁଟ୍‌ ମଧ୍ୟ ସୃଷ୍ଟି କରାଯାଉଛି।

ହେଲେ ଷ୍ଟପ୍‌ଗୁଡ଼ିକର ଦୟନୀୟ ସ୍ଥିତି ସରକାରଙ୍କ ଲକ୍ଷ୍ୟ ଓ ଯୋଜନାକୁ ପାଣିଚିଆ କରି ଦେଉଛି।

ତେବେ ଏନେଇ କ୍ରୁଟ୍‌ର ଅପରେସ୍‌ନାଲ ମ୍ୟାନେଜର ଜୟନ୍ତ କୁମାର କହିଛନ୍ତି, ନିକଟ ଅତୀତରେ ଏକ ବୈଠକ ହୋଇଛି।

ପୂର୍ବରୁ ବସ୍‌ର ରୁଟ୍‌ ସଂଖ୍ୟା ୬୦ ରହିଥିଲା।

ବର୍ତ୍ତମାନ ଏହା ୮୭ରେ ପହଞ୍ଚିଲାଣି।

ରୁଟ୍‌ ସଂଖ୍ୟା ଅନୁସାରେ ମ୍ୟାପ୍‌ଗୁଡ଼ିକୁ ଅପଡେଟ୍‌ କରାଯାଇ ଲଗାଯିବ।

ଯେଉଁ ରୁଟ୍‌ରେ ବସ୍‌ ଷ୍ଟପ୍‌ ନାହିଁ ସେଠାରେ ନିର୍ଦ୍ଦିଷ୍ଟ ଲେନ୍‌ ସ୍ଥାପନ ପାଇଁ  ସର୍ଭେ ହେଉଛି।

ଖୁବ୍‌ଶୀଘ୍ର ଏହାର ସମାଧାନ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।