Hockey: ଅନମୋଲଙ୍କ ଯୁଗଳରେ ଭାରତ ଫାଇନାଲ୍‌ରେ

Sep 11, 2026 - 17:07
Hockey: ଅନମୋଲଙ୍କ ଯୁଗଳରେ ଭାରତ ଫାଇନାଲ୍‌ରେ

"ମୋକି: ଓଡ଼ିଆ ପୁଅ ତଥା ଭାରତୀୟ ଦଳର ଅଧିନାୟକ ଅନମୋଲ ଏକ୍କାଙ୍କ ଯୁଗଳ ଗୋଲ୍‌ରେ ଭାରତ ଚଳିତ ଏସିିଆ କପ୍‌ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି।

ଶୁକ୍ରବାର ସେମିଫାଇନାଲ୍‌ରେ ୫ ଥରର ବିଜେତା ଭାରତ ୩-୧ ଗୋଲ୍‌ରେ ମାଲସିଆକୁ ପରାସ୍ତ କରିଛି।

Advertisment ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା।

ହେଲେ ଦ୍ବିତୀୟ କ୍ବାର୍ଟରର ପ୍ରଥମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଅଧିନାୟକ ଅନମୋଲ୍‌ (୧୬ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।

ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ମଧ୍ୟ ଶେଷ ହୋଇଥିଲା।

Junior Asia Cup: କନିଷ୍ଠ ଏସିଆ କପ୍‌ ହକି: ଅନମୋଲଙ୍କ ୬ ଗୋଲ୍‌, ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇଲା ଭାରତ ତେବେ ୫୧ତମ ମିନିଟ୍‌ରେ ସୁଖବିନ୍ଦର ସିଂହ (୫୧ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ସ୍ଥିତି ୨-୦ କରିଥିଲା।

ଏହା ପରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଅନମୋଲ୍‌ (୫୪ ମିନିଟ୍‌) ଗୋଲ୍‌ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୩-୦ରେ ଆଗରେ ରଖିଥିଲେ।

ଶେଷ ମିନିଟ୍‌ରେ ମାଲେସିଆ ପାଇଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଏମ୍‌ ରାହୁଲ (୬୦ ମିନିଟ୍‌) ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।