Homeowner's Quick Thinking Foils Burglary: ମାଲିକଙ୍କ ଉପସ୍ଥିତ ବୁଦ୍ଧିରେ ଫସିଗଲେ ଦୁଇ ଅଭିଯୁକ୍ତ, ପଲଙ୍କ ତଳେ ଲୁଚିଥିଲେ
ଘରେ ପଶିଲେ, ମୋବାଇଲ ଓ ଟଙ୍କା ଚୋରି କଲେ।
ହେଲେ ଚୋରି କରିବା ବେଳେ ହଠାତ୍ ଉଠିପଡ଼ିଲେ ଘର ମାଲିକ।
ଆଉ ମାଲିକଙ୍କୁ ଦେଖି ଖସି ପଳାଇବା ବଦଳରେ ପଲଙ୍କ ତଳେ ଲୁଚିଗଲେ ଦୁଇ ଲୁଟେରା।
ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧି ଆଗରେ ଫେଲ୍ ମାରିଲା ଚୋରଙ୍କ ଚାଲ୍।
ଘରର କବାଟ ବନ୍ଦ କରି ଗାଁ ଲୋକଙ୍କୁ ଡାକିଲେ ମାଲିକ।
ତା'ପରେ ଦୁଇ ଚୋରଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ଛେଚିଲେ ଗ୍ରାମବାସୀ।
Advertisment ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସାନ ଡୁମ୍ୱୁରିପାଲି ଗାଁରେ।
ଖବର ପାଇ ଗ୍ରାମବାସୀ ଘର ଆଗରେ ରୁଣ୍ଡ ହୋଇଥିଲେ।
ପରେ ଦୁଇ ଜଣଙ୍କୁ କାବୁ କରି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ରଖିଥିଲେ।
ସକାଳେ ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ।
ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତଙ୍କ ସହ ଗୋଟିଏ ଗାଡ଼ି ଓ ଗୋଟିଏ ମାରଣାସ୍ତ୍ର ଜବତ କରି ଥାନାକୁ ନେଇଛି।
ଚୋରି କରିବାକୁ ଆସି ପଲଙ୍କ ତଳେ ଲୁଚିଲେ ମାଲିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଧରାପଡ଼ିଲେ ଦୁଇ ଲୁଟେରା ରାତିସାରା ବାନ୍ଧି ନୁର୍ଧୁମ ଛେଚିଲେ ଗ୍ରାମବାସୀ ବୌଦ୍ଧ ମନମୁଣ୍ଡା ଥାନା ସାନ ଡୁମ୍ବୁରିପାଲି ଗାଁର ଘଟଣା ଦୁଇ ଲୁଟେରାଙ୍କୁ ଥାନାକୁ ନେଲା ପୋଲିସ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।