Honey for Health: ହାଣ୍ଡିଶାଳ ବୈଦ୍ୟ: ସ୍ବାସ୍ଥ୍ୟ ପାଇଁ ମହୁ
"ସ୍ୱାସ୍ଥ୍ୟ ପାଇଁ ମହୁ ଅନେକ ଉପକାରୀ।
ଆୟୁର୍ବେଦରେ ମହୁକୁ ଏକ ମହୌଷଧି ଭାବେ ଗ୍ରହଣ କରାଯାଇଛି।
ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେବନ କରିପାରିବେ।
ମହୁ ଓଜନ ହ୍ରାସ କରେ।
ପ୍ରତିଦିନ ସକାଳୁ ଖାଲି ପେଟରେ ମହୁ ଓ ଗରମ ପାଣି ମିଶାଇ ପିଇଲେ ଶରୀରର ଓଜନ ହ୍ରାସ ହୋଇଥାଏ।
ସେହିପରି ସକାଳୁ ଖାଲି ପେଟରେ ମହୁ ଖାଇଲେ ଏହା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଓଜନ କମ୍ କରିବାରେ ସହାୟକ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମହୁ।
Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରତିଦିନ ସକାଳେ ଜଳଖିଆ ପୂର୍ବରୁ କିମ୍ବା ବ୍ୟାୟାମ ପୂର୍ବରୁ ମହୁ ଖାଇବା ଖୁବ୍ ଲାଭଦାୟକ।
ମହୁ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୁଏ।
ମହୁ ଶରୀର ପାଇଁ କ୍ଲିନିଂ ଟୋନର୍ ଭାେବ ମଧ୍ୟ କାମ କରେ, ତା"ସହ ମୁହଁ ଓ ତ୍ବଚାରେ ଚମକ ଆଣିଥାଏ।
ଯେଉଁମାନଙ୍କର ଶୁଷ୍କ ଚର୍ମ ବା ଡ୍ରାଏ ସ୍କିନ୍, ସେମାନଙ୍କ ପାଇଁ ମହୁ ଲାଭଦାୟକ।
ମହୁକୁ ମଏଶ୍ଚରାଇଜର୍ ଭାବେ ପ୍ରତିଦିନ ଲଗାଇଲେ ମୁହଁରେ ଚମକ ଆସେ।
ଚର୍ମରେ କ୍ଷତ, କଟା, ପୋଡ଼ା ଘା" ହେଇଥିଲେ ସେଥିରେ ମହୁ ଲଗାଇଲେ ଉପଶମ ମିଳିଥାଏ।
ସ୍ମରଣ ଶକ୍ତି ବୃଦ୍ଧିରେ ବି ମହୁ ସହାୟକ ହୋଇଥାଏ।
ପ୍ରତିଦିନ ମହୁ ସେବନ କରିବା ଦ୍ୱାରା ମେଟାବୋଲିକ୍ ଚାପ ହ୍ରାସ ପାଇ ମସ୍ତିଷ୍କ ଶାନ୍ତ ହୋଇଥାଏ।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।