Drinking water project: କାହା ସ୍ବାର୍ଥରେ ମେଗା ପାନୀୟଜଳ ପ୍ରକଳ୍ପ?
ରାଉରକେଲା(ମଳୟ ରଞ୍ଜନ ସାହୁ): ସୁନ୍ଦରଗଡ଼ ଜିଲ୍ଲାରେ ଆଣ୍ଠେଇଛି ମେଗା ପାନୀୟ ଜଳ ପ୍ରକଳ୍ପ। ଜିଲ୍ଲାର ସମସ୍ତ ୧୭ ବ୍ଲକରେ ସମାନ ସ୍ଥିତି। ପ୍ରକଳ୍ପର ୬୦% କାମ ସାରିବାକୁ ଠିକାସଂସ୍ଥାକୁ ଲାଗିଗଲା ୫ ବର୍ଷ। ଅବଶିଷ୍ଟ ୪୦% କାମ କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ। ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ୨୦୨୬ ଶେଷ ସୁଦ୍ଧା ଗାଁ ଲୋକଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳିବ ବୋଲି ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ପରାହତ ହୋଇଛି। ସୁନ୍ଦରଗଡ଼ର ୪ଟି ବ୍ଲକ ଲାଠିକଟା, ବିଶ୍ରା, ଲହୁଣିପଡ଼ା ଓ ବଣାଇ ଏହାର ଜ୍ବଳନ୍ତ ଉଦାହରଣ। ଲାଠିକଟା ବ୍ଲକ୍ର ୮୦, ବିଶ୍ରାର ୬୫, ଲହୁଣିପଡ଼ାର ୬୯ ଓ ବଣାଇର ସର୍ବାଧିକ ୧୦୪, ଏମିତି ମୋଟ ୩୧୮ ଗ୍ରାମବାସୀ ଆସନ୍ତା ୨୦୨୯ ସୁଦ୍ଧା ପାଣି ପାଇବେ ନାହିଁ।
Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ରାଉରକେଲା ଗସ୍ତ ଅବସରରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୁନ୍ଦରଗଡ଼ର ଗ୍ରାମାଞ୍ଚଳ ଲୋକେ ଖୁବ୍ଶୀଘ୍ର ୨୪ ଘଣ୍ଟିଆ ପାଣି ପାଇବେ ବୋଲି କହିଥିଲେ। ଦୁଇ ତିନିଟି ବ୍ଲକର ପ୍ରକଳ୍ପ ନିର୍ମାଣ କାମର ସ୍ଥିତି ଅନୁଧ୍ୟାନ କରିବା ସହ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଥିଲେ। ଏହା ସତ୍ତ୍ବେ ନିର୍ମାଣ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ସେପଟେ ଠିକାସଂସ୍ଥା କଳ୍ପତରୁ ପ୍ରୋଜେକ୍ଟସ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଯେମିତିି କାମ କରୁଛି ପ୍ରକଳ୍ପର ଭବିଷ୍ୟତକୁ ନେଇ ସ୍ଥାନୀୟ ବାସିନ୍ଦା ଅନେକଥର ପ୍ରଶ୍ନ ଉଠାଇଛନ୍ତି। ୪ଟି ବ୍ଲକରେ ନିର୍ମାଣ ହେବ ୫୦ ଓଭରହେଡ୍ ପାଣି ଟାଙ୍କି ଓ ୪ଟି ଇନ୍ଟେକ୍ ପ୍ଲାଣ୍ଟ। ଏବେ ସୁଦ୍ଧା ୩୦ଟି ଟାଙ୍କି ନିର୍ମାଣ କାମ ସରିଛି। ଅବଶିଷ୍ଟ ୨୦ଟି ପାଣି ଟାଙ୍କି ନିର୍ମାଣ ହେବାକୁ ବାକି ରହିଛି। ଯେତିକି ପାଣି ଟାଙ୍କି ନିର୍ମାଣ ହୋଇଛି, ସେଥିରୁ ଅଧିକାଂଶ ଟାଙ୍କି ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଟାଙ୍କି ଭିତରକୁ ପାଣି ଛଡ଼ାଯାଇନି, ଲୁହାରଡ୍ ଦେଖାଗଲାଣି। ଗୋଟିଏ ଗୋଟିଏ ଟାଙ୍କି ନିର୍ମାଣରେ ୨ରୁ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହେଉଛି।
Dairy: ନେସ୍ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍ଏସ୍ଏସ୍ଏଆଇ
ବିଶ୍ରା ବ୍ଲକରେ ଗତ ୫ ବର୍ଷରେ ମାତ୍ର ୪୦ରୁ ୪୫% କାମ ସରିଛି। ଯେଉଁ ଠିକାସଂସ୍ଥା କାମ ନେଇଥିଲା, ତା’କୁ ପ୍ରକଳ୍ପ ନିର୍ମାଣ କାମରୁ ବିଦା କରାଯାଇଛି। ସେହି ଅଧପନ୍ତରିଆ ପ୍ରକଳ୍ପକୁ କେଉଁ ସଂସ୍ଥା ଶେଷ କରିବ, ଜଣାପଡ଼ି ନାହିଁ। ଲାଠିକଟା ଗର୍ଜନସ୍ଥିତ ପ୍ରକଳ୍ପ କାମ ସରିନି, ଆର୍ଡବ୍ଲ୍ୟୁଏସ୍ଏସ୍ ଠିକାସଂସ୍ଥାକୁ ଅଫିସ୍ , ବିଦ୍ୟୁତ୍ ଭଡ଼ା ଦେଇଚାଲିଛି। ଯାହାକୁ ନେଇ ଆର୍ଡବ୍ଲ୍ୟୁଏସ୍ଏସ୍ର ସହକାରୀ ମୁଖ୍ୟ ଯନ୍ତ୍ରୀ ତପନ କୁମାର ପ୍ରଧାନ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ଏମିତି ହେବା କଥା ନୁହେଁ। ଏହା ସତ୍ତ୍ବେ ରାଉରକେଲା ଆର୍ଡବ୍ଲୁଏସ୍ଏସ୍ ଠିକାସଂସ୍ଥାକୁ ଭଡ଼ା ଦେଇ ଚାଲିଛି। ଏ ସଂକ୍ରାନ୍ତରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସମୀର କୁମାର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇ ନ ଥିଲେ। ସେହି ସମାନ ସ୍ଥିତି ସୁନ୍ଦରଗଡ଼ରେ ୭୧୦ କୋଟିର ପ୍ରକଳ୍ପରେ। ତେବେ କାହା ସ୍ବାର୍ଥରେ ବର୍ଷ ବର୍ଷ ଧରି ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।