Honey Trap: ପାକିସ୍ତାନୀ ଏଜେଣ୍ଟଙ୍କୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଭାରତୀୟ ଯବାନ ଗିରଫ
"କୋଏମ୍ବାଟୋର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ହନି ଟ୍ରାପ୍ ରେ ଫସି ଭାରତୀୟ ନୌ ସୁରକ୍ଷା ସମ୍ବନ୍ଧୀୟ ଅତି ସମ୍ବେଦନଶୀଳ ଓ ଗୁପ୍ତ ତଥ୍ୟ ଶତ୍ରୁ ପକ୍ଷକୁ ପଠାଉଥିବା ଅଭିଯୋଗରେ ଶନିବାର ଦିନ ୩୧ ବର୍ଷୀୟ ଭାରତୀୟ ନୌସେନା ଯବାନ ପ୍ରଦୀପ ମୁଖାର୍ଜୀଙ୍କୁ ଗିରଫ କରାଯାଇଛି।
ଆନ୍ଧ୍ର ପ୍ରଦେଶ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ (ସିଆଇ) ସେଲ୍ ତାଙ୍କୁ ତାମିଲନାଡୁର କୋଏମ୍ବାଟୋରସ୍ଥିତ ନୌସେନା ପ୍ରଶିକ୍ଷଣ କେନ୍ଦ୍ର "ଆଇଏନଏସ୍ ଅଗ୍ରଣୀ'ରୁ ଗିରଫ କରିଛି।Advertisment ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମୂଳ ବାସିନ୍ଦା ପ୍ରଦୀପ ୨୦୧୪ ମସିହାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ଏବଂ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ନିୟୋଜିତ ଥିଲେ।
ଏକ ମ୍ୟାନେଜମେଣ୍ଟ ଡେଭେଲପମେଣ୍ଟ କୋର୍ସ ପାଇଁ ସେ ଗତ ସପ୍ତାହେ ହେବ କୋଏମ୍ବାଟୋରସ୍ଥିତ ସେଣ୍ଟରରେ ରହି ପ୍ରଶିକ୍ଷଣ ନେଉଥିବା ବେଳେ ଏହି ଗିରଫଦାରୀ ଘଟିଛି।
ପ୍ରଶିକ୍ଷଣ ବେଳେ ଗିରଫ ତଦନ୍ତକାରୀ ଦଳର ସୂଚନାନୁସାରେ, କିଛି ମାସ ପୂର୍ବେ ଜଣେ ମହିଳା ପାକିସ୍ତାନୀ ଗୁପ୍ତଚର ଅନଲାଇନ୍ ମାଧ୍ୟମରେ ପ୍ରଦୀପଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ।
ପରେ ସୁଯୋଗ ଦେଖି ପ୍ରଦୀପଙ୍କଠାରୁ ବିଶାଖାପାଟଣା ନୌସେନା ଘାଟିର କାର୍ଯ୍ୟଶୈଳୀ, ରଣନୈତିକ ସମର ପ୍ରସ୍ତୁତି, ନୌ ବାହିନୀର ଯାତାୟାତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ହାସଲ କରାଯାଇଥିବା ଅଭିଯୋଗ ହୋଇଛି।
ଗୁପ୍ତଚର ଓ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ କରୁଥିବା "ସିଆଇ" ସେଲ୍ ପ୍ରଦୀପଙ୍କ ସନ୍ଦେହଜନକ ଡିଜିଟାଲ୍ କାର୍ଯ୍ୟକଳାପ ଚିହ୍ନଟ କରିବା ପରେ ତାଙ୍କୁ କଡ଼ା ନଜରରେ ରଖିଥିଲା ଏବଂ ପ୍ରମାଣ ମିଳିବା ପରେ ଶନିବାର ଦିନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Koel Mallik: ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କୁ ମିଳିଲା ରାଜ୍ୟସଭା ଟିକେଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।