Honorarium: ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କୁ ମିଳିବ ସମ୍ମାନ ରାଶି; ସରପଞ୍ଚ ପାଇବେ ୧୦ ହଜାର
"ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି(Honorarium) ମଂଜୁର କରିଛନ୍ତି।
ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଂଜୁର ହୋଇଛି।
Advertisment ସୂଚନାଯୋଗ୍ୟ ଯେ, ପିଛିଲା ୦୧.୦୪.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ, ୬ ମାସର ଏହି ସମ୍ମାନ ରାଶି ପ୍ରଦାନ କରାଯିବ।
ସରପଞ୍ଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚମାନେ ୪ ହଜାର ଟଙ୍କା ଲେଖାଏଁ ଏହି ସମ୍ମାନ ରାଶି ପାଇବେ।
Dubai: ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।