Hormuz: ହର୍ମୁଜ ପାର କଲା ଭାରତ ଅଭିମୁଖେ ଆସୁଥିବା ୪ଟି ସାର ଜାହାଜ
"ନୂଆଦିଲ୍ଲୀ: ଭାରତ ଅଭିମୁଖେ ସାର ପରିବହନ କରି ଆସୁଥିବା ୪ ଟି ମାଲବାହୀ ଜାହାଜ ହର୍ମୁଜ ପ୍ରଣାଳୀ ପାର୍ କରିଛି।
୪ଟି ମାଲବାହୀ ଜାହାଜରେ ୟୁରିଆ, ଡାଇଆମୋନିୟମ ଫସଫେଟ୍ ଓ ସଲଫର ରହିଛି।
ଜହାଜଗୁଡ଼ିକ ହର୍ମୁଜ ପ୍ରଣାଳୀ ପାର୍ କରି ଭାରତୀୟ ବନ୍ଦର ଅଭିମୁଖେ ଅଗ୍ରସର ହେଉଛି ବୋଲି ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।Advertisment ଆଗାମୀ ଫସଲ ଋତୁରେ ଚାଷୀମାନଙ୍କ ସହାୟତା ପାଇଁ ଭାରତ ଏହାର ସାର ମହଜୁଦକୁ ଅଧିକ ସୁଦୃଢ଼ କରିଛି।
ଗତ ସପ୍ତାହରେ ଭାରତ ପକ୍ଷରୁ କୁହାଯାଇଥିଲା ଯେ, ୧୬ଟି ଜାହାଜ ସାର ନେଇ ଭାରତ ଆସୁଥିବାବେଳେ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ନିକଟରେ ଅଟକି ରହିଛି।
ଏଥିରେ ୭୦୦,୦୦୦ ଟନ୍ ସାର ଆସୁଥିବା କୁହାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।