Hormuz crisis : ତେଲ ଆମଦାନି ଖର୍ଚ୍ଚ ୨୨ ବିଲିଅନ ଡଲାର ବଢ଼ିଗଲା, ଭାରତ ଉପରେ ହର୍ମୁଜ ସଙ୍କଟ ପ୍ରଭାବ

Aug 30, 2026 - 22:01
Hormuz crisis : ତେଲ ଆମଦାନି ଖର୍ଚ୍ଚ ୨୨ ବିଲିଅନ ଡଲାର ବଢ଼ିଗଲା, ଭାରତ ଉପରେ ହର୍ମୁଜ ସଙ୍କଟ ପ୍ରଭାବ

"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁହର୍ମୁଜପ୍ରଣାଳୀରେ ସଙ୍କଟ ଲାଗି ରହିଛି।

ଏହି ସଙ୍କଟ ପାଇଁ ଭାରତକୁ ତେଲ ଆମଦାନି ବାବଦରେ ମାତ୍ରାଧିକ ଖର୍ଚ୍ଚ କରିବାକୁ ପଡ଼ିଛି।

ଯୁଦ୍ଧର ପ୍ରଥମ ୬ ମାସ ଅର୍ଥାତ୍‌ ମାର୍ଚ୍ଚରୁ ଅଗଷ୍ଟ ଭିତରେ ଭାରତକୁ ପ୍ରାୟ ୨୨ ବିଲିଅନ ଡଲାର ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି ବୋଲି ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ୍‌ କ୍ଲିନ୍‌ ଏୟାର (ସିଆର୍‌ଇଏ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି।

ମଧ୍ୟପ୍ରାଚ୍ୟଯୁଦ୍ଧର ପ୍ରଥମ ୬ ମାସରେ ସାରା ବିଶ୍ବକୁ ସମୁଦ୍ରରୁ ଉତ୍ପାଦିତ ତେଲ, ତୈଳ ସାମଗ୍ରୀ ଓ ଏଲ୍‌ଏନ୍‌ଜି ବାବଦରେ ଅଧିକ ୩୩୦ ବିଲିଅନ ଡଲାରର ବୋଝ ବୋହିବାକୁ ପଡ଼ିଛି।Advertisment ଆହୁରି ପଢନ୍ତୁ :Business: ବ୍ୟବସାୟ ମଜଭୁତ ସୂତ୍ର ଶିଖିଲେ ମ୍ୟାନେଜମେଣ୍ଟ ଛାତ୍ର ଏକ୍ସଆଇଏମ୍‌ବି ବିଜ୍‌ନେସ୍‌ ଏକ୍ସଲେନ୍ସ ସମ୍ମିଟ୍‌ ଉଦ୍‌ଯାପିତ  ୧୯୯୦ ମସିହା ‌ବେଳେ ଉପସାଗରୀୟ ଯୁଦ୍ଧ ପରଠାରୁ ଏ ବାବଦରେ ଏତେ ବଡ଼ ଧକ୍କା କେବେ ଦେଖିବାକୁ ମିଳିନଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ସିଆର୍‌ଇଏ ରିପୋର୍ଟ ଅନୁଯାୟୀ, ସର୍ବାଧିକ ୭୮ ବିଲିଅନ ଡଲାରର ଅତିରିକ୍ତ ଖର୍ଚ୍ଚ ୟୁରୋପୀୟ ସଂଘ (ଇୟୁ)କୁ କରିବାକୁ ପଡ଼ିଛି।

ଏହା ପଛକୁ ଚୀନକୁ ୩୫ ବିଲିଅନ ଡଲାର, ଭାରତକୁ ୨୨ ବିଲିଅନ ଡଲାରର ଅତିରିକ୍ତ ଖର୍ଚ୍ଚ କରିବାକୁ ହୋଇଛି।

ଅର୍ଥାତ୍‌ ଯୁଦ୍ଧ ହୋଇ ନଥିଲେ ଯେଉଁ ଦର ରହିଥାନ୍ତା ଯୁଦ୍ଧ ପାଇଁ ଭାରତକୁ ଏ ବାବଦରେ ଅଧିକ ୨୨ ବିଲିଅନ ଡଲାର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଛି।

ମୋଟ ଅତିରିକ୍ତ ଖର୍ଚ୍ଚ ବୋଝ ୨୨ ବିଲିଅନ ଡଲାର ରହିଥିଲେ ମଧ୍ୟ ନିଟ୍‌ ଅତିରିକ୍ତ ଖର୍ଚ୍ଚ ୧୪.୪ ବିଲିଅନ ଡଲାର ବୋଲି ଆକଳନ କରାଯାଇଛି।

ଆହୁରି ପଢନ୍ତୁ :Budget: ୨୦୨୭-୨୮ ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ଅକ୍ଟୋବର ୧୨ରୁ ପ୍ରାକ୍‌ ବଜେଟ୍‌ ‌ବୈଠକ ଅର୍ଥାତ୍‌ ଭାରତ ପେଟ୍ରୋଲିୟମ ସାମଗ୍ରୀ ଆମଦାନିବାବଦରେ ଅଧିକ ଖର୍ଚ୍ଚ କରିଥିଲେ ମଧ୍ୟ ଏସବୁ ସାମଗ୍ରୀ ରପ୍ତାନିରୁ ମଧ୍ୟ ଲାଭବାନ ହୋଇଛି।

ନିଟ୍‌ ୧୪.୪ ବିଲିଅନ ଡଲାରର ଅତିରିକ୍ତ ଖର୍ଚ୍ଚ‌‌ ହେଉଛି ଭାରତୀୟ ଜିଡିପିର ୦.୩୮ ପ୍ରତିଶତ।

ଅର୍ଥାତ୍‌ ଭାରତକୁ ପାଖାପାଖି ୧.୪ ଦିନର ଜାତୀୟ ଆୟ ହରାଇବାକୁ ପଡ଼ିଛି।

ଭାରତ ପଛକୁ ଆମେରିକାକୁ ୧୬.୫ ବିଲିଅନ ଡଲାର, ନେଦରଲ୍ୟାଣ୍ଡ୍‌ସକୁ ୧୩.୫ ବିଲିଅନ ଡଲାର, ଦକ୍ଷିଣ କୋରିଆକୁ ୧୩.୨ ବିଲିଅନ ଡଲାର, ଇଟାଲୀକୁ ୧୨.୭ ବିଲିଅନ ଡଲାର, ଜାପାନକୁ ୧୨ ବିଲିଅନ ଡଲାର, ଫ୍ରାନ୍ସକୁ ୧୧.୧ ବିଲିଅନ ଡଲାର, ସ୍ପେନକୁ ୧୦.୩ ବିଲିଅନ ଡଲାର, ଇଜିପ୍ଟକୁ ୧୦.୧ ବିଲିଅନ ଡଲାରର ଅତିରିକ୍ତ ଖର୍ଚ୍ଚ ଜୀବାଶ୍ମ ଇନ୍ଧନ ଆମଦାନି ବାବଦରେ ବହନ କରିବାକୁ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।