Bilawal Bhutto : ୟୁରୋପରେ ରାଜକୁମାରୀଙ୍କୁ ବିବାହ କରିବେ ବିଲାୱାଲ ଭୁଟ୍ଟୋ? ଚର୍ଚ୍ଚା ମଧ୍ୟରେ ପିପିପି ନେତା ସ୍ପଷ୍ଟ କଲେ
"ଇସଲାମାବାଦ: ପାକିସ୍ତାନ ନେତା ବିଲାୱାଲ ଭୁଟ୍ଟୋ - ଜର୍ଦ୍ଦାରୀ ଜଣେ ୟୁରୋପୀୟ ରାଜକୁମାରୀଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ପାକିସ୍ତାନର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ଭାଇରାଲ ପୋଷ୍ଟଗୁଡ଼ିକରେ ଦାବି କରାଯାଇଛି ଯେ, ୩୮ ବର୍ଷୀୟ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ଅଷ୍ଟ୍ରିଆର ଶେଷ ସମ୍ରାଟ ଚାର୍ଲ୍ସ ପ୍ରଥମଙ୍କ ପ୍ରପୌତ୍ରିଙ୍କୁ ବିବାହ କରିବେ।
ବିଲାୱାଲଙ୍କ ବାପା ତଥା ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ସାତ ଦିନିଆ ବ୍ୟକ୍ତିଗତ ଗସ୍ତରେ ଅଷ୍ଟ୍ରିଆରେ ପହଞ୍ଚିବା ପରେ ଏହି କଳ୍ପନାଜଳ୍ପନା ଜୋର ଧରିଛି।Advertisment ଆହୁରି ପଢନ୍ତୁ :ଉଜବେକିସ୍ତାନରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆୟୁଜରମାନେ ଜର୍ଦ୍ଦାରୀଙ୍କ ଅଷ୍ଟ୍ରିଆ ଯାତ୍ରାକୁ କଥିତ ବିବାହ ସହିତ ଯୋଡ଼ିଥିଲେ।
କିଛି ଲୋକ ଦାବି କରିଥିଲେ ଯେ, ବିବାହ ଆଲୋଚନା ଚାଲିଛି ଓ ଖୁବ୍ ଶୀଘ୍ର ଏନେଇ ଏକ ତାରିଖ ଚୂଡ଼ାନ୍ତ ହୋଇପାରେ।
ତେବେ ପିପିପି ଏହି ବିବାହ ଚର୍ଚ୍ଚା ଉପରେ ବିରାମ ଲଗାଇଛି ଓ ବିଲାୱାଲଙ୍କ ନିର୍ବନ୍ଧ ଓ ବିବାହ ବିଷୟରେ ରିପୋର୍ଟକୁ "ଭୁଲ ଓ ଭିତ୍ତିହୀନ" ବୋଲି କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।