Horoscope 2026 October 02: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଡାକ୍ତରଙ୍କ ଲାଗି ଦିନଟି ଶକ୍ତିରେ ପରିପୂର୍ଣ୍ଣ ରହିବ।
ସମସ୍ତଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ ଆପଣଙ୍କର ସମ୍ମାନ ବଢ଼ିବ।
ରାଜନୀତିକ ଲୋକ ନୂଆ କାମ କରିବା ଲାଗି ଉତ୍ସୁକ ହେବେ।
Advertisment ବୃଷ: ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେବ।
ଚାକିରିଜୀବୀଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ।
କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।
ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ: କଲେଜରେ ନୂଆ ସାଙ୍ଗ ଗଢ଼ିବା ଯୋଗୁଁ ଭଲ ଉପାୟ ପ୍ରସ୍ତୁତ କରିବେ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ନିଜ ଲୋକଙ୍କ ପ୍ରତି ଆପଣଙ୍କର ପ୍ରେମ ବଢ଼ିବ।
ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
କର୍କଟ: ଲୋକମାନଙ୍କ ମଧ୍ୟରେ ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ।
ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।
ଅଚାନକ ଖୁସି ଖବର ପାଇବେ।
ଜମି ସଂପର୍କୀୟ କାମ ସଂପୂର୍ଣ୍ଣ ହୋଇଯିବ। ସିଂହ: ଦିନଟି ବହୁତ ଶୁଭ ରହିବ।
ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ।
ଦୋକାନଦାରଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ।
ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି।
କନ୍ୟା: କିଛି ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ।
କୌଣସି ଖୁସି ଖବର ପାଇବେ।
ଜମି ଦଲାଲଙ୍କର କୌଣସି ବଡ଼ ଡିଲ୍ ଫାଇନାଲ ହୋଇଯିବ।
ମାଆ ନିଜର ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ।
ଆହୁରି ପଢ଼ନ୍ତୁ- India Hockey Team: ହକି: ପାକିସ୍ତାନକୁ ହରାଇ ଭାରତ ଫାଇନାଲ୍ରେ ତୁଳା: ସବୁପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ।
ଆପଣଙ୍କ ପିଲା ବ୍ୟବସାୟରେ ପୂରା ସହଯୋଗ କରିବେ।
ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।
ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
ବିଛା: ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ।
ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି।
ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।
ପରିବାରର ଦାୟିତ୍ବ ଭଲଭାବେ ବୁଝିବେ।
ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।
ଆୟରେ ବୃଦ୍ଧି ହେବ।
କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରିବା ଦରକାର।
ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ମକର: ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ କାମ କରିବାର ନିୟମ ଶିଖାଇବ।
ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ।
ଜୀବନସାଥୀ ସହ ଭଲ ତାଳମେଳ ରହିବ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ।
ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ।
ରାଜନୀତିରେ ସଫଳତା ପାଇବେ।
ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
ମୀନ: ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ।
ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ।
ମନର କୌଣସି କଥା ଜୀବନସାଥୀଙ୍କୁ କହିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।