Horoscope 2026 October 05: ଜାଣନ୍ତୁ ଆଜିର ରାଶିଫଳ...

Oct 06, 2026 - 00:17
Horoscope 2026 October 05: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ଭାବିଥିବା କାମ ପୂରା ହେବ।

କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରିନିଅନ୍ତୁ।

ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ।

ଛାତ୍ରଛାତ୍ରୀଙ୍କର ଶିକ୍ଷା ଉତ୍ତମ ରହିବ।

Advertisment   ବୃଷ: ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ ରହିବ।

କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭପ୍ରଦ ରହିବ।

ପ୍ରିୟଜନ କିଛି ଏଭଳି କାମ କରିବେ ଯାହା ଦେଖି ଆପଣଙ୍କ ମନ ଖୁସି ହୋଇଯିବ।

ମିଥୁନ: ଦ୍ବନ୍ଦ୍ବ ସମାପ୍ତ ହେବ।

ଜଟିଳ ପ୍ରଶ୍ନର ଉତ୍ତର ଆପଣ ପାଇଯିବେ।

ବିବାହିତ କୌଣସି ଭଲ ଜାଗାକୁ ବୁଲିଯିବେ।

ଅଧୁରା କାମ ପୂରା ହୋଇଯିବ।

ପ୍ରିୟଜନ ଆପଣଙ୍କୁ ଖୁବ୍ ସୁନ୍ଦର ଉପହାର ଦେବେ।

କର୍କଟ: ଚାକିରଜୀବୀଙ୍କ ଲାଗି ଦିନଟି ଭଲ।

ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାର କରିବାର ବିଚାର ଆସିବ।

ବୁଦ୍ଧିମତ୍ତା‌ରେ କାମ କରନ୍ତୁ ଲାଭ ହେବ।

ମୁସ୍କିଲ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।

ସିଂହ: କୌଣସି ଜାଗାକୁ ଭ୍ରମଣରେ ଯାଆନ୍ତୁ ଲାଭ ହେବ।

ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ।

କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି।

ଛାତ୍ର ଅନଲାଇନ୍‌ରେ କିଛି ଶିଖିବାକୁ ଚେଷ୍ଟା କରିବେ।

କନ୍ୟା: କାରବାର ବୃଦ୍ଧି ଲାଗି ଦିନଟି ଶୁଭ।

ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଲାଭ ହେବ।

ପୂର୍ବରୁ ପ୍ରସ୍ତୁତି କରିଥିବା ଯୋଜନା ଲାଗୁ କରନ୍ତୁ ଲାଭ ହେବ।

ଛାତ୍ର ପ୍ରୋଜେକ୍ଟରେ ବଡ଼ ଭଉଣୀର ସାହାଯ୍ୟ ପାଇବେ।

ଆହୁରି ପଢ଼ନ୍ତୁ- Rajya Sabha: ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ: ହରଦୀପ ପୁରୀ ଓ ଅନ୍ୟ ୭ ସାଂସଦ ପଡ଼ିଲେ ବାଦ୍‌ ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ।

ବେପାରରେ ବାପାମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ।

ଅଫିସରେ ନୂଆ ଲୋକଙ୍କ ସହିତ ଯୋଡ଼ିବେ।

ବିବାହିତ କୌଣସି ସମାରୋହକୁ ଯିବେ।

ବିଛା: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

ଜମି ସଂପର୍କିତ ମାମଲାର ସମାଧାନ ହୋଇଯିବ।

ଧନଲାଭ ଯୋଗ ରହିଛି।

ଶିକ୍ଷକଙ୍କ ଲାଗି ଦିନଟି ଅନୁକୂଳ ରହିବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଖୁସିଭରା ରହିବ।

ମକର: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ।

ଅଚାନକ ଧନଲାଭ ହେବ।

ଗୃହିଣୀ ଜୀବନସାଥୀଠାରୁ ଉପହାର ପାଇବେ।

ନୂଆ କାମ କରିବା ଲାଗି ବଡ଼ଙ୍କଠାରୁ ପରାମର୍ଶ ନିଅନ୍ତୁ।

ସ୍ବାସ୍ଥ୍ୟରେ ଉନ୍ନତି ହେବ।

କୁମ୍ଭ: ଅଟକିଥିବା କାମ ନିଜ ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ।

ବିରୋଧୀ ପକ୍ଷ ଦୂରତ୍ବ ବଜାୟ ରହିବେ।

ଆପଣଙ୍କ କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ।

ଛାତ୍ରଛାତ୍ରୀ ଶୁଭ ଖବର ପାଇବେ।

ମୀନ: ପୂର୍ବରୁ କରିଆସୁଥିବା କାମରେ ସକାରାତ୍ମକ ପରିଣାମ ପାଇବେ।

ଆବେଗକୁ ନିୟନ୍ତ୍ରଣ ରଖନ୍ତୁ ଲାଭ ହେବ।

ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ।

ଜରୁରୀ କାମରେ ଜୀବନସାଥୀର ସାହାଯ୍ୟ ପାଇବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।