Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ।
ଭାଇଭଉଣୀର ପୂରା ସହଯୋଗ ପାଇବେ।
କାହାରିକୁ ଧାର ଦେଇ ଥିବା ଅର୍ଥ ଫେରସ୍ତ ପାଇବେ।
କୌଣସି ସହପାଠୀ ମନର କଥା ଆପଣଙ୍କୁ କହିବେ। Advertisment ବୃଷ: ଅଫିସରେ ଫୋନ୍ ବ୍ୟବହାର କମ୍ କରିବେ।
କାହାରିକୁ ଧାର ଦେବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ।
ନୂଆ କାର୍ଯ୍ୟ କରିବା ପାଇଁ ବିଚାର କରି ପାରନ୍ତି।
ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ। ମିଥୁନ: ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ।
ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିପାରେ।
ବେପାରର ଭାଗୀଦାରିରୁ ଆପଣଙ୍କୁ ଲାଭ ହୋଇପାରେ।
ଘରକୁ ବନ୍ଧୁ ଆସିବେ।
ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।
କର୍କଟ: ପରିବାରରେ ସୁଖ ବୃଦ୍ଧି ହେବ।
ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ଅଚାନକ ଧନଲାଭ ହେବ।
ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଭୋଜନ କରନ୍ତୁ।
ସିଂହ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
ବ୍ୟବସାୟୀ କୌଣସି ଜରୁରୀ ବୈଠକରେ ଯୋଗ ଦେଇପାରନ୍ତି।
ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିଦେବ।
ବ୍ୟବସାୟ ଯଥେଷ୍ଟ ଧନଲାଭ ହେବ।
ପରିବାରରେ ନୂଆ ସଦସ୍ୟ ଯୋଡ଼ିବା ଯୋଗୁଁ ସବୁ ଲୋକ ଖୁସି ହେବେ।
ଲେଖକ ନୂଆ କାହାଣୀ ଲେଖିବେ।
ଆହୁରି ପଢ଼ନ୍ତୁ- Vastu Tips: ରାତିରେ ଶୁଖାନ୍ତୁ ନାହିଁ କପଡ଼ା ନହେଲେ ...
ତୁଳା: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ଥିଲେ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇଯାଆନ୍ତୁ।
କୋରିୟର ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ହେବ।
ସ୍ବାସ୍ଥ୍ୟରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ।
ବିଛା: ଅଫିସରେ କୌଣସି କାମକୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିପାରେ।
ଆପଣଙ୍କ ଧ୍ୟାନ କାମକୁ ପୂରା କରିବାରରେ ଲାଗିରହିବ।
ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଧନୁ: ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ।
କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ମିଳିବ।
ବନ୍ଧୁ ସହିତ ଘରେ ସିନେମା ଦେଖିବାର ଯୋଜନା କରିପାରନ୍ତି।
ମକର: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ।
ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।
କୌଣସି ଦାୟିତ୍ବକୁ ଆପଣ ଅଣଦେଖା କରନ୍ତୁନାହିଁ।
ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: କୌଣସି କଥାକୁ ନେଇ ସଂଶୟରେ ରହିବେ।
କୌଣସି ନୂଆ କାମ ଶିଖିବେ।
ପରିବାର ଲୋକଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ।
ମୀନ: ଆପଣଙ୍କ ଭଲ ବ୍ୟବହାର ସମାଜରେ ଭଲ ଦୃଷ୍ଟାନ୍ତ ବନାଇବାରେ ସାହାଯ୍ୟ କରିବ।
କାମ କରିବା ପାଇଁ ନୂଆ ପଦ୍ଧତି ଆପଣଙ୍କୁ ଲାଭ ଦେବ।
ଠିକାଦାରଙ୍କୁ ଧନଲାଭ ହେବ।
ସାଥୀ ଆପଣଙ୍କ ଭାବନାକୁ ବୁଝିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।