ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

Oct 09, 2026 - 00:06
ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର
ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ ଆମ୍ବୁଲାନ୍ସ ଜଳିଯିବା ସହ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ୨ ଜଣ ରୋଗୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ।
ମିଳିଥିବା ସୂଚନା ମୁତାବକ, ଉଦଳା ମେଡିକାଲରେ ଭର୍ତ୍ତି ହୋଇଥିବା ସୁଯୋଶଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେବା ସକାଶେ ଘରୋଇ ଆମ୍ବୁଲାନ୍ସ ଡକାଯାଇଥିଲା। ସୁଯୋଶଙ୍କୁ ଉକ୍ତ ଆମ୍ବୁଲାନ୍ସରେ ଭର୍ତ୍ତି କରି ଅକ୍ସିଜେନ୍‌ ଲଗାଯାଉଥିବା ବେଳେ ହଠାତ୍‌ ସିଲିଣ୍ଡର ଫାଟି ଆମ୍ବୁଲାନ୍ସରେ ନିଅଁା ଲାଗି ଯାଇଥ୍‌ତ୍ଲା। ଏହି ନିଆଁରେ ସୁଯୋଶ ପୋଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ବିସ୍ଫୋରଣରେ ଆମ୍ବୁଲାନ୍ସର ଛପର ଉଡ଼ି ନିକଟରେ ଥିବା ଶରତ ପ୍ରଧାନ ଓ ମାସି ମୁଣ୍ଡାଙ୍କ ଉପରେ ପଡ଼ିବାରୁ ଉଭୟେ ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚତ୍ ଆମ୍ବୁଲାନ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।