Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ...

Oct 15, 2026 - 00:09
Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ଓକିଲଙ୍କ ଲାଗି ଦିନଟି ଭଲ ରହିବ।

ପୁରୁଣା ମକଦ୍ଦମାରେ ଜୟଲାଭ କରିବେ।

ବିଶେଷ ଲୋକଙ୍କ ସହିତ ନୂଆ ଗତିବିଧିରେ ଚର୍ଚ୍ଚା କରିବେ।

ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ଶାନ୍ତିରେ କାମ କରନ୍ତୁ।

Advertisment ବୃଷ: ବ୍ୟବସାୟିକ କାମ ନର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

ଅଫିସରେ ସହକର୍ମୀଙ୍କ କାର୍ଯ୍ୟକୁଶଳତା ଯୋଗୁଁ ଆପଣଙ୍କ ଲକ୍ଷ୍ୟ ସମୟରେ ପୂରା ହୋଇଯିବ।

କୌଣସି ବିବାଦ ଠାରୁ ଦୂରରେ ରହନ୍ତୁ।

ମିଥୁନ: ପ୍ରତ୍ୟେକ ଅଶାନ୍ତିର ସମାଧାନ ଆଖିପଛୁଳାକେ ବାହାରିଯିବ।

ଆପଣଙ୍କ କଥା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ।

ନିତିଦିନିଆ କାମରୁ ଦୂରେଇ କିଛି ନୂଆ ଶିଖିବେ।

ଧାର୍ମିକ ଗତିବିଧିରେ ରୁଚି ରହିବ।

କର୍କଟ: ବଡ଼ ନିର୍ଣ୍ଣୟ ନେବା ଲାଗି ଭଲ ଦିନଟିଏ।

ଅଶାନ୍ତିର ସମାଧାନ ପାଇଁ ଚେଷ୍ଟା କରନ୍ତୁ ସଫଳ ହେବେ।

ଜୀବନସାଥୀ ସହିତ ଘର କାମରେ ବ୍ୟସ୍ତ ରହିବେ।

କୌଣସି ବ୍ୟବସାୟିକ ସଉଦା ପାଇଁ ସୁଯୋଗ ପାଇବେ।

ସିଂହ: ବ୍ୟବସାୟରେ ଅତିରିକ୍ତ ଆୟର ସାଧନ ସୃଷ୍ଟି ହେବ।

ସରକାରୀ ଚାକିରିଆ କାର୍ଯ୍ୟଭାରରେ ସନ୍ତୁଷ୍ଟ ରହିବେ।

ଭାଗୀଦାରି ବ୍ୟବସାୟର ଯୋଜନା ଲାଭପ୍ରଦ ହେବ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା: ଧ୍ୟାନ ରଖନ୍ତୁ ପ୍ରୟ‌ାସରତ କାର୍ଯ୍ୟରେ ଯଦିଓ ସମସ୍ୟା ଆସୁଛି ତେବେ ଆପଣଙ୍କର ଏକାଗ୍ରତାର କମି ପାଇଁ।

ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ।

ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ।

ଆହୁରି ପଢ଼ନ୍ତୁ- Rajnath Singh: ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ମଜବୁତ କରିବାକୁ ରାଜନାଥ ସିଂହଙ୍କ ଆହ୍ୱାନ ତୁଳା: ଘରଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କର ସହଯୋଗ ସକାରାତ୍ମକ ରହିବ।

ଜମି ସମ୍ବନ୍ଧୀୟ କାମ ସମାଧାନ ହେବ।

ବୃଥା ଭ୍ରମଣରୁ ନିବୃତ୍ତ ରହନ୍ତୁ।

ବିଛା: ଉଚିତ ନିର୍ଣ୍ଣୟ ନିଅନ୍ତୁ ସମସ୍ୟାର ସମାଧାନ ହୋଇଯିବ।

ଅଫିସରେ ଆପଣଙ୍କ ପ୍ରଭୁତ୍ବ ବଜାୟ ରହିବ।

ନବବିବାହିତ ଦମ୍ପତ୍ତି ତର୍କବିତର୍କ ଠାରୁ ଦୂରରେ ରହନ୍ତୁ।

ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ।

ଧନୁ: ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ।

ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କଳାଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ମକର: ରୋଜଗାରର ନୂଆ ଅବସର ପାଇବେ।

ଅଫିସ କାମରେ ଦୂରସ୍ଥାନକୁ ଯିବେ।

ଉନ୍ନତି ଆପଣଙ୍କ ପାଦସ୍ପର୍ଶ କରିବ।

ନେଣଦେଣ ସ୍ଥଗିତ ରଖନ୍ତୁ ସମସ୍ୟାରୁ ରକ୍ଷା ପାଇଯିବେ।

ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

କୁମ୍ଭ: ପ୍ରଭାବଶାଳୀ ଓ ସମ୍ମାନିତ ବ୍ୟକ୍ତିଙ୍କ ସଂପର୍କରେ ଆସିବା ଯୋଗୁଁ କିଛି ନୂଆ ଶିଖିବେ।

ଉନ୍ନତିର ନୂଆ ରାସ୍ତା ଖୋଲିବ।

ଘର ଲୋକଙ୍କ ସହିତ ଧାର୍ମିକ ଆୟୋଜନ କରିବେ।

କାହାରି ସହିତ କୁତର୍କ କରନ୍ତୁ ନାହିଁ।

ମୀନ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ।

ଅର୍ଡର୍‌ ସପ୍ଲାଇ ଭଲ ଗ୍ରାହକ ପାଇବେ।

ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।