Horoscope 2026 September 14: ଜାଣନ୍ତୁ ଆଜିର ରାଶିଫଳ
"ମେଷ: କାମଧନ୍ଦାରେ କୌଣସି ଆହ୍ବାନ ସାମନାକୁ ଆସିବ।
ଧନଲାଭର ଅବସର ପ୍ରାପ୍ତ ହେବ।
ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।
ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ।ବୃଷ: ବିଶେଷ କାମରେ ଫାଇଦା ହେବ।
ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ।
ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ଯୋଗ ଅଛି।
କୌଣସି କାମଧନ୍ଦା ଆପଣଙ୍କ ସାମନାକୁ ଆସିବ।ମିଥୁନ: ଲକ୍ଷ୍ୟ ନର୍ଦ୍ଧାରିତ ପାଇଁ କୌଣସି ଯୋଜନା ପ୍ରସ୍ତୁତ ପାରନ୍ତି।
ଭଲ ଖବର ପାଇବେ।
ଶତ୍ରୁଙ୍କୁ ଜୟ କରିବେ।
ଧନଲଭ ହେବାର ସମ୍ଭାବନା।
ଚାକିରିଜୀବୀଙ୍କୁ ସଫଳତା ମିଳିପାରେ।
କର୍କଟ: ଯେଉଁମାନେ ସୋସିଆଲ ସାଇଟ୍ ସହ ଯୋଡ଼ି ରହିଛିନ୍ତି ସେମାନଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ଜଣାଶୁଣା ହେବ ଯାହାଦ୍ବାରା ସେ ଲାଭ ପହଞ୍ଚାଇବେ।
କାରବାରରେ କିଛି ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।
ସିଂହ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ।
ବନ୍ଧୁ ସହିତ ମିଳନର ଯୋଗ ଅଛି।
କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ।
ଜୀବନସାଥୀ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିବେ।
କନ୍ୟା: କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ।
ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ।
ବୌଦ୍ଧିକ କ୍ଷମତା ବୃଦ୍ଧି ହେବ।
ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ତୁଳା: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି।
ପୁରୁଣା କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ।
ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ।
କାମ ଧନ୍ଦାରେ ସ୍ଥିତି ମଜଭୁତ ରହିବ।
ଛାତ୍ରଙ୍କ ଲାଗି ଦିନଟି ଭଲ।
ବିଛା: ଆର୍ଥିକ ସ୍ଥିତି ମଜଭୁତ ରହିବ।
କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ସାମନାକୁ ଆସିବ।
ଘରକୁ ବନ୍ଧୁ ଆସିବା ଯୋଗୁଁ ପ୍ରସନ୍ନତା ବଢ଼ିବ।
ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ସାହାଯ୍ୟ ପାଇବେ।
ଧନୁ: ଅଫିସ କାମରେ ବ୍ୟସ୍ତ ରହିପାରନ୍ତି।
ସାମାଜିକ ପ୍ରସଙ୍ଗ ନେଇ ନିଜର କଥା ଅନ୍ୟମାନଙ୍କ ସାମନାରେ ରଖିପାରନ୍ତି।
ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ପ୍ରିୟଜନଙ୍କ ସହିତ କୌଣସି ସ୍ଥାନକୁ ବୁଲି ଯିବେ।
ମକର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟକୁ ସହଜରେ ପୂରା କରିପାରନ୍ତି।
ବୈବାହିକ ଜୀବନରେ ପ୍ରସନ୍ନତା ଭରି ରହିବ।
କୋରିୟର କାମ ପାଇଁ ଦିନଟି ଭଲ।
କୁମ୍ଭ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।
କୌଣସି ସମାରୋହରେ ସାମିଲ ହୋଇପାରନ୍ତି।
ରଚନାତ୍ମକ କାମରେ ସଫଳ ରହିବେ।
ନୂଆ ଉତ୍ସରୁ ଧନଲାଭ ହେବ।
ମୀନ: ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢ଼ିବ।
ନୂଆ କାମ ଉପରେ ବିଚାର ବିମର୍ଶ କରିପାରନ୍ତି।
ଅଫିସ କାମ ମନ୍ଥର ଗତିରେ ପୂରା ହୋଇପାରେ।
ଗାଡ଼ି ସାବଧାନତାର ଚଳାନ୍ତୁ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।