Protest: ପଞ୍ଜାବର ୭ ମନ୍ତ୍ରୀ ଓ ବାଚସ୍ପତିଙ୍କ ଘର ଆଗରେ ଆଜିଠାରୁ ୫ ଦିନ ଚାଷୀଙ୍କ ଧାରଣା
"ଚଣ୍ଡୀଗଡ଼: ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ବିରୋଧରେ ଚାଷୀ ଆନ୍ଦୋଳନ ତୀବ୍ର ହେବାକୁ ଯାଉଛି।
କିଷାନ ମଜଦୁର ମୋର୍ଚ୍ଚା (କେଏମ୍ଏମ୍) ସୋମବାରଠାରୁ ଲଗାତାର ୫ ଦିନ ଧରି ବିଧାନସଭା ବାଚସ୍ପତି କୁଲତାର ସାନ୍ଧୱାନ ଏବଂ ରାଜ୍ୟର ୭ ଜଣ ମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣା ଦେବାକୁ ଘୋଷଣା କରିଛି।
୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଆନ୍ଦୋଳନ ସରକାରଙ୍କ ଉପରେ ପ୍ରତ୍ୟକ୍ଷ ରାଜନୈତିକ ଚାପ ବଢ଼ାଇବ ବୋଲି ଦେଖାଯାଉଛି।Advertisment କେଏମ୍ଏମ୍ର ଦାବି ମଧ୍ୟରେ ଧାନ ଚାଷ ପାଇଁ ବିଦ୍ୟୁତ୍ ଯୋଗାଣ ଓ ସାର ଉପଲବ୍ଧତା ରହିଛି।
ଏହାସହ ବାସମତୀ, ମକା, ମୁଗ, ସୋରିଷ ଓ ଆଳୁକୁ ସରକାରୀ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ କିଣିବାକୁ ଚାଷୀମାନେ ଦାବି କରିଛନ୍ତି।
କୃଷକ ଓ କୃଷି ଶ୍ରମିକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ଼ ସହ ଆତ୍ମହତ୍ୟା କରିଥିବା ଚାଷୀ ଓ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଏବଂ ସରକାରୀ ଚାକିରି ଦେବାକୁ ମଧ୍ୟ ଦାବି ରହିଛି।
ଆନ୍ଦୋଳନର ଦାବି କେବଳ କୃଷି ସମସ୍ୟା ମଧ୍ୟରେ ସୀମିତ ନାହିଁ।
ନଦୀଜଳ, ଜମି ଅଧିଗ୍ରହଣ, ନିଶା, ବେକାରି ଓ କେନ୍ଦ୍ର ସରକାର ସହ ସମ୍ପର୍କ ଭଳି ପ୍ରସଙ୍ଗ ମଧ୍ୟ ଏଥିରେ ସାମିଲ ହୋଇଛି।
ବନ୍ୟା, ଭୂତଳ ଜଳସ୍ତର ହ୍ରାସ ଓ ପ୍ରଦୂଷଣର ମୁକାବିଲା ପାଇଁ ଦୀର୍ଘମିଆଦୀ ନୀତି ପ୍ରଣୟନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ବିହନ ଆଇନ, ସମବାୟ ସମିତି ଆଇନ, ମନରେଗା ବଦଳରେ ଆସୁଥିବା ଆଇନ ଏବଂ ବିଦ୍ୟୁତ୍ ସଂଶୋଧନ ବିଲ୍ ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ପ୍ରିପେଡ୍ ବିଦ୍ୟୁତ୍ ମିଟରକୁ ବିରୋଧ କରିବା ସହ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରୁ ବୋଲି ଦାବି ରହିଛି।
ଜମି ପୁଲିଂ ନୀତି ପ୍ରତ୍ୟାହାର, ୱାଘା ଦେଇ ପାକିସ୍ତାନ ସହ ବାଣିଜ୍ୟ ପଥ ଖୋଲିବା ଏବଂ ଭାରତମାଳା ପ୍ରକଳ୍ପ ପାଇଁ ବାଧ୍ୟତାମୂଳକ ଜମି ଅଧିଗ୍ରହଣ ବନ୍ଦ କରିବା ମଧ୍ୟ ଚାଷୀଙ୍କ ଦାବି ରହିଛି।
ଚାଷୀ ଆନ୍ଦୋଳନ ସ୍ଥଗିତ: ୧୫ ଦିନ ସମୟ ନେଲା ପ୍ରଶାସନ ମନ୍ତ୍ରୀ ହରଭଜନ ସିଂହ ଇଟିଓ, ଅମନ ଆରୋଡ଼ା, ଲାଲଚାନ୍ଦ କଟାରୁଚକ, ରବଜୋତ ସିଂହ, ଗୁରମିତ ସିଂହ ଖୁଦ୍ଦିଆନ, ମୋହିନ୍ଦର ଭଗତ ଓ ହରଦୀପ ସିଂହ ମୁଣ୍ଡିଆନଙ୍କ ବାସଭବନ ବାହାରେ ଏହି ଧାରଣା ହେବ।
ବାଚସ୍ପତି କୁଲତାର ସିଂହ ସାନ୍ଧୱାନଙ୍କ ଫରିଦକୋଟସ୍ଥିତ ବାସଭବନ ମଧ୍ୟ ଆନ୍ଦୋଳନର କେନ୍ଦ୍ର ହେବ।
କୃଷକ ନେତା ସରୱନ ସିଂହ ପାନ୍ଧେର କହିଛନ୍ତି, ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ନେଇ ଆଲୋଚନା ଆରମ୍ଭ ନ କଲେ ସେପ୍ଟେମ୍ବର ୧୬ର ବୈଠକରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ନେଇ ନିଷ୍ପତ୍ତି ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।