Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ

Sep 30, 2026 - 00:23
Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ

"‌ମେ‌ଷ: କୌଣସି ନିଣ୍ଣୟ ନେବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ।

ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ।

ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ।

Advertisment ବୃଷ: ଅଫିସ କାମରେ ଆପଣ ବ୍ୟସ୍ତ ରହିବେ।

ଇଂଜିନିୟରଙ୍କୁ ଭଲ ଜାଗାରେ ଚାକିରି ମିଳିବ।

ବେପାରରେ ଲାଭ ହେବ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ଘରୁ କାମରେ ବାହାରୁଥିବା ବେଳେ ବନ୍ଧୁ ଠାରୁ ଫୋନକୋଲ୍ ଆସିବ।

ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ।

ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିବ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କର୍କଟ: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ।

ପୁତ୍ର ପକ୍ଷରୁ ଆପଣଙ୍କୁ ସୁଖ ମିଳିବ।

ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ।‌ ସିଂହ: ଧର୍ମକାର୍ଯ୍ୟରେ ମନ ଲାଗିବ।

ଅଫିସରେ କୌଣସି କଥାକୁ ନେଇ ମାନସିକ ସ୍ଥିତି ଖରାପ ହୋଇପାରେ।

ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

ସୋସିଆଲ ମିଡ଼ିଆରେ ଆପଣଙ୍କର ବନ୍ଧୁ ବଢ଼ିବେ। ‌ କନ୍ୟା: ଆପଣଙ୍କର କୌଣସି କାମର ପ୍ରଶଂସା ହେବ।

ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି।

ଜୀବନସାଥୀ ସହ ଲାଗି ରହିଥିବା ଭୁଲ୍ ବୁଝାମଣା ଦୂର ହେବ।

ତୁଳା: ପେସାଦାର ବ୍ୟବସାୟୀ ଡ଼ିଲ୍ ହସ୍ତାକ୍ଷର କରିବେ।

ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ।

ବୈବାହିକ ଜୀବନ ସୁଖମୟ ରହିବ।

ବିଛା: ଆପଣ କୌଣସି ଖୁସି ଖବର ପାଇବେ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

ଛାତ୍ରଙ୍କର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ।

ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌‌ ଧନୁ: କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ।

ଆବଶ୍ୟକତା ଠାରୁ କାହାରିକୁ ଅଧିକ ଭରସା କରନ୍ତୁ ନାହିଁ।

ଋଣ ପାଇଁ ଆବେଦନ କରିଥିଲେ ଆଜି ଆପଣଙ୍କୁ ସୀକୃତି ମିଳିବ।

ଶରୀର ସୁସ୍ଥ ରହିବ।

ମକର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳି ରହିବ।

ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।

ଆମଦାନି ବୃଦ୍ଧି ଲାଗି କୌଣସି ନୂଆ ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ।

କୁମ୍ଭ: ବ୍ୟବସାୟୀଙ୍କ କାମରେ ଅନୁକୂଳତା ବନି ରହିବ।

ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ପ୍ରତିଯୋଗୀ ପରୀକ୍ଷା ପାଇଁ ଲାଗି ରହିଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ।

ମୀନ: ନୂଆ ବ୍ୟବସାୟ ଆରମ୍ଭ ଆପଣଙ୍କ ଲାଗି ଫଳଦାୟୀ ହେବ।

ଆର୍ଥିକ ସ୍ଥିତିରେ ସୁଦୃଢ଼ ଆସିବ।

ବେକାରଙ୍କୁ ରୋଜଗାରର ମଉକା ମିଳିବ।

କାର୍ଯ୍ୟକ୍ଷେତ୍ରରେ ନିଜର କାମ ଅନ୍ୟମାନଙ୍କ ଦ୍ବାରା କରିନେବାର ସଫଳ ରହିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।