Horrific Bus Accident: ଗଛରେ ପିଟିହେଲା ବସ୍; ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଗୁରୁତର

Oct 22, 2026 - 18:18
Horrific Bus Accident: ଗଛରେ ପିଟିହେଲା ବସ୍; ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଗୁରୁତର

ଛତିଶଗଡ଼ରେ ଘଟିଛି ଭୟଙ୍କର ଦୁର୍ଘଟଣା।

ଏକ ବସ୍‌ ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ମନେନ୍ଦ୍ରଗଡ଼ରୁ କେଲହାରି ଯାଉଥିବା ଏକ ବସ୍‌ ପାହାଡ଼ ହଂସୱାହି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବସ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା।

ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ମିଳିଛି।

Advertisment ଆହତମାନଙ୍କୁ କେଲହାରି ହସ୍ପିଟାଲକୁ ନିଆଯାଇଛି।

ମୃତକଙ୍କ ମଧ୍ୟରେ ବସ୍‌ ମାଲିକ ମଧ୍ୟ ଥିବା ଜଣାପଡ଼ିଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଉପଜିଲ୍ଲାପାଳ ଶଶି ଶେଖର ମିଶ୍ର ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ଅନୁଧ୍ୟାନ କରିବା ସହ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।