Years of Abdominal Pain End: ନାବାଳିକାଙ୍କ ପେଟରୁ ବାହାରିଲା ୨୦ କେଜିର ଟ୍ୟୁମର, ମାଲକାନଗିରିରେ ସଫଳ ଅସ୍ତ୍ରୋପଚାର
ନାବାଳିକାଙ୍କ ପେଟରୁ ବାହାରିଲା ୨୦କିଲୋର ଟ୍ୟୁମର।
ଏଭଳି ଖବର ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।
ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର।
ଛତିଶଗଡ଼ର କାଙ୍କେର ଜିଲ୍ଲାର ବାଙ୍ଗାବାଡ଼ି ଗାଁର ୧୭ବର୍ଷୀୟ ତୁଳସୀ ସୋଡ଼ିଙ୍କର ଦୀର୍ଘଦିନ ଧରି ପେଟ ଯନ୍ତ୍ରଣା ହେଉଥିଲା।
ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇବା ପରେ ମଧ୍ୟ ରୋଗ ଚିହ୍ନଟ ହୋଇପାରିନଥିଲା।
Advertisment ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପରୀକ୍ଷା ପରେ ପେଟରେ ବିଶାଳ ଟ୍ୟୁମର ଥିବା ଜଣାପଡ଼ିଥିଲା।
ଏହାପରେ ଡାକ୍ତର ସପନ କୁମାର ଦିଣ୍ଡା ଅସ୍ତ୍ରୋପଚାର କରି ଟ୍ୟୁମରଟିକୁ ସଫଳତାର ସହ ବାହାର କରିଛନ୍ତି।
ଅସ୍ତ୍ରୋପଚାର ପରେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।
ଏହି ସଫଳ ଅସ୍ତ୍ରୋପଚାର ପରେ ଜିଲ୍ଲା ଚିକିତ୍ସାଳୟର ଚିକିତ୍ସା ସେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସଫଳ ଅସ୍ତ୍ରୋପଚାର ନାବାଳିକାଙ୍କ ପେଟରୁ ବାହାରିଲା ୨୦କେଜିର ଟ୍ୟୁମର ଅପରେସନ ଦ୍ବାରା ବାହାର କଲେ ଡାକ୍ତର ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ବର ହେଲା ଅପରେସନ ସଂପୃକ୍ତ ନାବାଳିକା ସୁସ୍ଥ ଥିବା ସୂଚନା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।