Horrific Fire Breaks Out at Jeypore Clothing Store: ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ

Oct 15, 2026 - 15:23
Horrific Fire Breaks Out at Jeypore Clothing Store: ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ

କୋରାପୁଟ ଜିଲ୍ଲା ଜୟପୁରରେ ଭୟାବହ ଅଗ୍ନିକାଣ୍ଡ। ସୌରା ସାହି ଛକ ନିକଟରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦୋକାନରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି। ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ କର୍ମଚାରୀଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି।
ତେବେ ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏଥିରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି, ସେନେଇ ମଧ୍ୟ ସୂଚନା ମିଳିନାହିଁ। ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହେବା ପରେ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବା ଆଶା କରାଯାଉଛି।

ଲୁଗା ଦୋକାନରେ ଅଗ୍ନିକାଣ୍ଡ
ହୁତୁହୁତୁ ହୋଇ ଜଳିଲା ଲୁଗା ଦୋକାନ
ଜୟପୁର ସୌରା ସାହି ଛକ ନିକଟରେ ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।