Mobile Recharge Plans May Become Costlier: ଜିଓ ୟୁଜର୍ସ ସାବଧାନ! ଆଗକୁ ବଢ଼ିପାରେ ମୋବାଇଲ୍ ଖର୍ଚ୍ଚ
ମୋବାଇଲ୍ ଗ୍ରାହକଙ୍କ ପାଇଁ ବଡ଼ ଖବର। ରିଲାଏନ୍ସ ଜିଓର ରିଚାର୍ଜ ଦର ପୁଣି ବଢ଼ିପାରେ। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଜିଓ ଟାରିଫ୍ରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆକଳନ କରିଛି ବ୍ରୋକରେଜ୍ ସଂସ୍ଥା ସେଣ୍ଟ୍ରମ୍ ବ୍ରୋକିଂ। ତେବେ ଏନେଇ ଜିଓ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ।
ଜିଓର ରିଚାର୍ଜ ଦର ବୃଦ୍ଧି ହେଲେ ଗ୍ରାହକଙ୍କୁ ମୋବାଇଲ୍ ସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଜିଓର ଆୟ ବଢ଼ାଇବାରେ ଏହା ସହାୟକ ହେବ ବୋଲି ଆକଳନ କରାଯାଉଛି।
ରିପୋର୍ଟ ଅନୁସାରେ, ଜିଓର ପ୍ରତି ଗ୍ରାହକଙ୍କଠାରୁ ମାସିକ ହାରାହାରି ଆୟ ବା ARPU ୨୦୨୫ ମସିହାର ପ୍ରଥମ ତ୍ରୈମାସିକରେ ୨୦୮ ଟଙ୍କା ୮୦ ପଇସା ଥିବାବେଳେ, ୨୦୨୬ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଏହା ୨୧୫ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇଛି।
ସେହିପରି ଜିଓର ମୋଟ ଗ୍ରାହକ ସଂଖ୍ୟା ୫୩ କୋଟି ୩୩ ଲକ୍ଷରେ ପହଞ୍ଚିଛି। ପ୍ରତି ଗ୍ରାହକ ମାସକୁ ହାରାହାରି ୪୩.୭ ଜିବି ଡାଟା ବ୍ୟବହାର କରୁଛନ୍ତି।
୫ଜି ସେବା ଓ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ବଢ଼ିବା ମଧ୍ୟ ଜିଓର ଆୟ ବୃଦ୍ଧିରେ ସହାୟକ ହୋଇପାରେ। ୨୦୨୬ ଜୁନ୍ ସୁଦ୍ଧା ଜିଓର ୫ଜି ଗ୍ରାହକ ସଂଖ୍ୟା ୨୮ କୋଟି ୫୦ ଲକ୍ଷରେ ପହଞ୍ଚିଥିବା ବେଳେ, ଫିକ୍ସଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨ କୋଟି ୮୬ ଲକ୍ଷ ରହିଛି।
ଏପଟେ ଜିଓ ପ୍ଲାଟଫର୍ମସ୍ର IPO ବା ପ୍ରାରମ୍ଭିକ ସେୟାର ବିକ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ଅକ୍ଟୋବର ୧୪ରେ କମ୍ପାନୀ ଏହାର ଅଫର୍ ଡକ୍ୟୁମେଣ୍ଟ ଦାଖଲ କରିଛି। ଏହି IPO ଅକ୍ଟୋବର ୨୧ରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବାକୁ ଥିବା ସୂଚନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।