Horrific Series of Crashes in Berhampur: ଚମାଖଣ୍ଡିରେ ଭୟଙ୍କର ସିରିଜ୍ ଦୁର୍ଘଟଣା, ଜଣେ ମୃତ ଓ ୯ ଆହତ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଚମାଖଣ୍ଡି ନିକଟ ଜାତୀୟ ରାଜପଥରେ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସ୍କୁଟି, ବାଇକ୍ ଓ କାର୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଚମାଖଣ୍ଡି ନିକଟ ଜାତୀୟ ରାଜପଥରେ ଟ୍ରକ୍ଟି ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆହତ ୯ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଟ୍ରକ୍ଟି କେଉଁ ପରିସ୍ଥିତିରେ ଏକାଧିକ ଗାଡ଼ିକୁ ଧକ୍କା ଦେଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ବ୍ରହ୍ମପୁର ଚମାଖଣ୍ଡିରେ ସିରିଜ୍ ଦୁର୍ଘଟଣା
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୯ ଜଣ ଆହତ
ଜାତୀୟ ରାଜପଥରେ ସ୍କୁଟି-ବାଇକ୍-କାରକୁ ଧକ୍କା ଦେଲା ଟ୍ରକ୍
୯ ଆହତ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।