Rain Alert for Odisha: ଦୁର୍ଗାପୂଜା ପ୍ରସ୍ତୁତି ଭିତରେ ଆରମ୍ଭ ହେଲାଣି ବର୍ଷା, ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ୱାର୍ଣ୍ଣିଂ

Oct 14, 2026 - 22:18
Rain Alert for Odisha: ଦୁର୍ଗାପୂଜା ପ୍ରସ୍ତୁତି ଭିତରେ ଆରମ୍ଭ ହେଲାଣି ବର୍ଷା, ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ୱାର୍ଣ୍ଣିଂ

ଦୁର୍ଗାପୂଜା ପ୍ରସ୍ତୁତି ଭିତରେ ଆରମ୍ଭ ହେଲାଣି ବର୍ଷା। କେଉଁଠି ନିଧୂର୍ମ କାଚିଛି ତ ଆଉ କେଉଁଠି ଝିପିଝିପି ବର୍ଷିଛି। ଭୁବନେଶ୍ବରର କିଛି ସ୍ଥାନରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ପ୍ରଭାବିତ ହୋଇଥିଲା ଜନଜୀବନ। ସେହିପରି ଗଜପତି ଜିଲ୍ଲାରେ ବି  ପାଗର ପରିବର୍ତ୍ତନ ସହ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା।

ମୋହନା ଓ ଆର୍.ଉଦୟଗିରି ଅଞ୍ଚଳରେ ଆଜି ଝିପିଝିପି ବର୍ଷା ହୋଇଛି।...ପାଣିପାଗ ବିଭାଗର ପୂର୍ବାନୁମାନ, ଆଜିଠୁ ଆସନ୍ତା ୧୭ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ପାଇଁ ୮ଟି ଜିଲ୍ଲା, ୧୬ ତାରିଖ ପାଇଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୬ ଜିଲ୍ଲା ଏବଂ ୧୭ ତାରିଖ ପାଇଁ ୮ଟି ଜିଲ୍ଲାରେ ସମ୍ଭାବ୍ୟ ବର୍ଷା ପାଇଁ ଆଲର୍ଟ କରିଛି ପାଣିପାଗ ବିଭାଗ।...

ଦୁର୍ଗାପୂଜା ପ୍ରସ୍ତୁତି ଭିତରେ ଆରମ୍ଭ ହେଲାଣି ବର୍ଷା
ଅପରାହ୍ନରେ ବର୍ଷାରେ ଭିଜିଲା ଭୁବନେଶ୍ବର
ଗଜପତି ଜିଲ୍ଲାରେ ଝିପିଝିପି ବର୍ଷା ଜାରି
ଆଜିଠୁ ଆସନ୍ତା ୧୭ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା 
ଆସନ୍ତାକାଲି ପାଇଁ ୮ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ
 ୧୬ ତାରିଖ ପାଇଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବର୍ଷା ୱାର୍ଣ୍ଣିଂ
୧୭ ତାରିଖ ପାଇଁ ୮ଟି ଜିଲ୍ଲାକୁ ସମ୍ଭାବ୍ୟ ବର୍ଷାକୁ ଦେଖି ଆଲର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।