Horror in School Hostel: ସ୍କୁଲ୍ ହଷ୍ଟେଲରେ୨ ଛାତ୍ରଙ୍କୁ କାମୁଡ଼ିଲା ବିଷଧର ସାପ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ସ୍କୁଲ୍ ହଷ୍ଟେଲରେ ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ୨ ଛାତ୍ରଙ୍କୁ କାମୁଡ଼ିଲା ବିଷଧର ସାପ। ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଘଟିଛି ଏହି ଦୁଃଖଦ ଘଟଣା।
ସୂଚନା ଅନୁସାରେ, ହଷ୍ଟେଲରେ ରାତିରେ ଦୁଇ ଛାତ୍ର ଶୋଇଥିବା ବେଳେ ଏକ ବିଷଧର ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଏହାପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଜଣେ ଛାତ୍ରଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ଅନ୍ୟ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହଷ୍ଟେଲରେ ପହଞ୍ଚି କାମୁଡ଼ିଥିବା ସାପକୁ ଉଦ୍ଧାର କରିଛନ୍ତି। ଏହି ଘଟଣା ପରେ ହଷ୍ଟେଲରେ ଆତଙ୍କ ଖେଳିଯାଇଛି।
ହଷ୍ଟେଲରେ କାମୁଡ଼ିଲା ସାପ, ଛାତ୍ର ମୃତ
ସ୍କୁଲ୍ ହଷ୍ଟେଲରେ ୨ ଛାତ୍ରଙ୍କୁ କାମୁଡ଼ିଲା ସାପ, ଜଣେ ମୃତ
ଆଉ ଜଣେ ଛାତ୍ର ଗୁରୁତର ଅବସ୍ଥରେ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି
ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଅଭାବନୀୟ ଘଟଣା
ରାତିରେ ଶୋଇଥିଲା ବେଳେ ଏକ ବିଷଧର ସାପ କାମୁଡ଼ି ଥିଲା
କାମୁଡ଼ିଥିବା ସାପକୁ ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।