Hospital: ଦୁନିଆର ଏପରି ଏକ ଦେଶ, ଯେଉଁଠାରେ ନାହିଁ ଗୋଟିଏ ବି ହସ୍ପିଟାଲ୍!

Oct 17, 2026 - 16:12
Hospital: ଦୁନିଆର ଏପରି ଏକ ଦେଶ, ଯେଉଁଠାରେ ନାହିଁ ଗୋଟିଏ ବି ହସ୍ପିଟାଲ୍!

"ନୂଆଦିଲ୍ଲୀ: ସାଧାରଣତଃ ଯେକୌଣସି ଦେଶରେ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ହସ୍ପିଟାଲ୍ ଏବଂ ଡାକ୍ତରଙ୍କ ବ୍ୟବସ୍ଥା ରହିଥାଏ।

କିନ୍ତୁ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ସ୍ୱାଧୀନ ଦେଶ "ଭାଟିକାନ୍ ସିଟି" ଏହି ମାମଲାରେ ସମ୍ପୂର୍ଣ୍ଣ ଭିନ୍ନ।

ଏହି ଦେଶର ସୀମା ଭିତରେ ଗୋଟିଏ ବି ହସ୍ପିଟାଲ୍ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଭାଟିକାନ୍ ସିଟିରେ କେବଳ ପ୍ରାଥମିକ ଚିକିତ୍ସା ସେବାର ବ୍ୟବସ୍ଥା ରହିଛି।

ଯଦି କୌଣସି ବ୍ୟକ୍ତି ଗୁରୁତର ଅସୁସ୍ଥ ହୁଅନ୍ତି କିମ୍ବା ଅପରେସନ୍ ଆବଶ୍ୟକ ପଡ଼େ, ତେବେ ରୋଗୀଙ୍କୁ ପଡ଼ୋଶୀ ଦେଶ ଇଟାଲୀର ହସ୍ପିଟାଲ୍‌କୁ ପଠାଯାଇଥାଏ।Advertisment ରୋମ୍ ସହ ସଂଯୋଗ ହେତୁ ସହଜ ହୁଏ ଚିକିତ୍ସାଭାଟିକାନ୍ ସିଟି ସିଟି ଚତୁର୍ଦ୍ଦିଗରୁ ଇଟାଲୀର ରାଜଧାନୀ "ରୋମ୍" ସହର ଦ୍ୱାରା ଘେରି ରହିଛି।

ଏଠାରୁ ଇଟାଲୀର ବଡ଼ ବଡ଼ ହସ୍ପିଟାଲ୍‌ଗୁଡ଼ିକ ଅତି ନିକଟରେ ଅଛି।

ଏହି କାରଣରୁ ନିଜର ହସ୍ପିଟାଲ୍ ନଥିଲେ ମଧ୍ୟ ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।

ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ଜରିଆରେ ରୋଗୀଙ୍କୁ ତୁରନ୍ତ ଇଟାଲୀର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଏ।

ଆହୁରି ପଢନ୍ତୁ: BJP: ବିଜେଡି କଲେଜ୍ ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ତାର ଫଳ ଭୋଗିଛି: ଅନୀଲ ବିଶ୍ବାଳ ଭାଟିକାନ୍ ସିଟି କେବଳ କ୍ଷେତ୍ରଫଳରେ ନୁହେଁ, ବରଂ ଜନସଂଖ୍ୟା ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ କ୍ଷୁଦ୍ର।

ରିପୋର୍ଟ ଅନୁଯାୟୀ, ଏଠାକାର ଜନସଂଖ୍ୟା ମାତ୍ର ୭୦୦ ରୁ ୯୦୦ ଭିତରେ ସୀମିତ।

ଏହି ଦେଶ କ୍ୟାଥଲିକ୍ ଖ୍ରୀଷ୍ଟିୟାନମାନଙ୍କର ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର ଅଟେ, ଯେଉଁଠାରେ ପୋପ୍ ବାସ କରନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।