hospital escape case ୫ଦିନ ପରେ ଧରାପଡ଼ିଲା ଡାକ୍ତରଖାନାରୁ ଫେରାର କଏଦୀ
"ସୁନ୍ଦରଗଡ଼: ୨୫ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫେରାର ଥିବା ବିଚାରାଧୀନ ବନ୍ଦୀ ଟେକଚାନ୍ଦ ବେହେରା (୩୩) ଆଜି (ରବିବାର) ଅପରାହ୍ଣରେ ପୁଲିସ ହାତରେ ଧରାପଡ଼ିଛି।
Advertisment accused Tekachand ପୁଲିସର ସ୍ବତନ୍ତ୍ର ଦଳ ଜିଲ୍ଲା ଓ ଜିଲ୍ଲା ବାହାରକୁ ଯାଇ ଚଢ଼ଉ କରିଥିଲେ।
ଆଜି ସଦରଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଛି।
Undertrial Prisoner Escape ଡାକ୍ତରଖାନାରୁ କଏଦୀ ଫେରାର୍, ଦୁଇ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଜର ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ସଦରଥାନା ପୁଲିସ ଟେକଚାନ୍ଦ ବେହେରାଙ୍କୁ ଗତ ଏପ୍ରିଲ ମାସ ଗିରଫ କରି କୋର୍ଟଚାଲାଣ କରିଥିଲା।
କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜିଲ୍ଲା କାରାଗାରରେ ରହିଥିଲା।
୨୫ ତାରିଖରେ ସେ ତରଳଝାଡ଼ାରେ ଆକ୍ରାନ୍ତ ହେବାରୁ ଅପରାହ୍ଣରେ ତାକୁ କାରଗାରରୁ ଆଣି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ରାତି ୮ଟା ୩୬ରେ ସେ ପରିସ୍ରା କରିବାକୁ ଶୌଚାଳୟକୁ ଯାଉଛି କହି କାରାଗାରର ୨ ଜଣ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ସେଠାରୁ ଫେରାର ହୋଇ ଯାଇଥିଲା।
ଏହି ଘଟଣାରେ, କାରଗାର ବରିଷ୍ଠ ଅଧୀକ୍ଷକ ସୁନ୍ଦରଗଡ଼ ଆସି ଘଟଣାର ତଦନ୍ତ କରିବା ପରେ ଜଣେ ୱାର୍ଡର ସୌମ୍ୟରଞ୍ଜନ କରଣଙ୍କୁ ନିଲମ୍ବିତ ଓ ଅନ୍ୟଜଣେ ୱାର୍ଡର ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।