Hospitalised: ଆୟକର ବିଭାଗର ଚଢ଼ଉ ଖବର ପାଇ ଲଣ୍ଡନରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜଣାଶୁଣା ପ୍ରଯୋଜକ ବାସୁ ଭଗନାନୀ
"ମୁମ୍ବାଇ: ଏଣେ ଆୟକର ବିଭାଗର ଚଢ଼ଉ, ତେଣେ ପ୍ରଯୋଜକ ଶ୍ବଶୁର ଡାକ୍ତରଖାନାରେ ଭର୍ତ୍ତି।
ହଁ, ବିଖ୍ୟାତ ପ୍ରଯୋଜକ ବାସୁ ଭଗନାନୀଙ୍କୁ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଯୋଜକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚରାଯିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜର ଗୋପନୀୟତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।
ଅର୍ଥାତ୍ ଡାକ୍ତରଖାନା କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।Advertisment ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓସ୍ ସହ ଜଡ଼ିତ ଠିକଣାରେ ଆୟକର ବିଭାଗ ଚଢ଼ାଉ କରିଛି।
ଆୟକର ବିଭାଗ ପକ୍ଷରୁ ବଲିଉଡ୍ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଓ କମ୍ପାନିଗୁଡ଼ିକର ୧୨ଟି ଠିକଣାରେ ତଲାସୀ ଅଭିଯାନ ଚଳାଯାଇଛି।
ଫିଲ୍ମ ପ୍ରକଳ୍ପ ନାମରେ ବିଦେଶକୁ କଥିତ ଭାବେ ପଠାଯାଇଥିବା ଟଙ୍କାକୁ ନେଇ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ କରୁଛି।
ଏହି ତଲାସୀରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓସ୍ ସହ ଜଡ଼ିତ ଠିକଣାଗୁଡ଼ିକ ସାମିଲ ରହିଛି।
ମୁମ୍ବାଇ ଆୟକର ବିଭାଗ ପକ୍ଷରୁ ଏହି ତଲାସୀ ଚାଲିଛି।
ଆୟକର ବିଭାଗକୁ ଗତ କିଛି ଦିନ ଧରି ସୂଚନା ମିଳୁଥିଲା ଯେ, ସିନେମା ସୁଟିଂ, ବିଦେଶୀ ବିତରଣ ଏବଂ ପ୍ରଯୋଜନା ନାମରେ ବିଦେଶକୁ ମୋଟା ଅଙ୍କର ଟଙ୍କା ପଠାଯାଉଛି।
ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ ଆୟକର ବିଭାଗର ଏକାଧିକ ଟିମ୍ ମୁମ୍ବାଇର ବିଭିନ୍ନ କାର୍ଯ୍ୟାଳୟ ଏବଂ ସେଗୁଡ଼ିକ ସହ ଜଡ଼ିତ ସ୍ଥାନରେ ତଲାସୀ କରୁଛନ୍ତି।
ଏହି ଅଭିଯାନରେ ଆର୍ଥିକ କାରବାର ସହ ଜଡ଼ିତ ଦସ୍ତାବିଜ ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବା କୁହାଯାଉଛି।
ଜାଣନ୍ତୁ ବାସୁ ଭଗନାନୀଙ୍କ ସଂପର୍କରେ...
ବାସୁ ଭଗନାନୀ ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ପ୍ରଯୋଜକ।
ସେ ୧୯୯୫ ମସିହାରେ ନିଜର ପ୍ରଯୋଜନା ସଂସ୍ଥା "ପୂଜା ଏଣ୍ଟରଟେନମେଣ୍ଟ" ଆରମ୍ଭ କରିଥିଲେ।
ସେହି ବର୍ଷ ଗୋବିନ୍ଦାଙ୍କ ଅଭିନୀତ ଫିଲ୍ମ "କୁଲି ନମ୍ବର ୧" ଜରିଆରେ ପ୍ରଯୋଜକ ଭାବେ ସିନେମା ଜଗତରେ ଡେବ୍ୟୁ କରିଥିଲେ।
ଏହାପରେ ସେ "ହିରୋ ନମ୍ବର ୧", "ବିବି ନମ୍ବର ୧", "ପ୍ୟାର କିୟା ତୋ ଡରନା କ୍ୟା" ଏବଂ "ରେହନା ହୈ ତେରେ ଦିଲ୍ ମେଁ" ଭଳି ଅନେକ ସଫଳ ଫିଲ୍ମର ପ୍ରଯୋଜନା କରିଛନ୍ତି।
ଏବେ ବାସୁ ଭଗନାନୀ ତାଙ୍କ ପୁଅ ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ସହ ମିଶି "ପୂଜା ଏଣ୍ଟରଟେନମେଣ୍ଟ" ପରିଚାଳନା କରୁଛନ୍ତି।
ଏହି ବ୍ୟାନର ଅଧୀନରେ ଅନେକ ବଡ଼ ଫିଲ୍ମ ନିର୍ମାଣ ହୋଇଛି।
ସେଥିମଧ୍ୟରେ "ସରବଜିତ", "ବେଲ୍ ବଟମ୍" ଏବଂ ୨୦୨୪ର ଆକ୍ସନ୍ ଫିଲ୍ମ "ବଡେ ମିଆଁ ଛୋଟେ ମିଆଁ" ରହିଛି। "ବଡେ ମିଆଁ ଛୋଟେ ମିଆଁ"ରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଅଭିନୟ କରିଥିଲେ।
Fire: ଗାଡ଼ିରେ ସୋ"ରୁମ୍ରେ ଅଗ୍ନିକାଣ୍ଡ, ୧୦ଟି ବାଇକ୍ ପୋଡ଼ି ପାଉଁଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।