Hostel Under Watch: ଜଣ୍ଡିସ ଆତଙ୍କ, ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ

Sep 19, 2026 - 17:16
Hostel Under Watch: ଜଣ୍ଡିସ ଆତଙ୍କ, ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରୋବାଡ଼ି ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସକୁ ନେଇ ଚିନ୍ତା ବଢ଼ିଛି। ହଷ୍ଟେଲର ପ୍ରାୟ ୧୦ରୁ ୧୨ ଜଣ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ଏହାକୁ ନେଇ ପ୍ରାୟ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଅଭିଯୋଗ ହୋଇଛି।

ତେବେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ତାଙ୍କ କହିବା ଅନୁସାରେ, କିଛି ଛାତ୍ରୀ ଅଭିଭାବକଙ୍କ ସହ ଘରକୁ ଯାଇ ପୁଣି ହଷ୍ଟେଲକୁ ଫେରୁଛନ୍ତି।

ସୂଚନା ଅନୁସାରେ, ଗତ ୭ ତାରିଖରୁ ଛାତ୍ରୀମାନଙ୍କଠାରେ ଜଣ୍ଡିସର ଲକ୍ଷଣ ଦେଖାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହଷ୍ଟେଲରେ ଯାଞ୍ଚ ଓ ଚିକିତ୍ସା ଆରମ୍ଭ କରାଯାଇଥିଲା। ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଯାଞ୍ଚ ସମୟରେ ହଷ୍ଟେଲର ଏକ ପାଣି ଉତ୍ସରେ ସମସ୍ୟା ଥିବା ଜଣାପଡ଼ିଥିଲା। ଏହାପରେ ସମ୍ପୃକ୍ତ ପାଣି ଉତ୍ସକୁ ବନ୍ଦ କରାଯାଇଛି। ଛାତ୍ରୀମାନଙ୍କ ପାଇଁ ବିକଳ୍ପ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ (RWS) ପକ୍ଷରୁ ନୂଆ ନଳକୂପ ଖନନ କରାଯାଉଛି।

ଜଣ୍ଡିସ ଆକ୍ରାନ୍ତ ଛାତ୍ରୀଙ୍କ ଚିକିତ୍ସା ଓ ହଷ୍ଟେଲର ପାନୀୟ ଜଳ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ନଜର ରଖିଛି। ତେବେ ଜଣ୍ଡିସର ଆକ୍ରାନ୍ତ ସଂଖ୍ୟା ଓ ଏହାର କାରଣ ନେଇ ଅଧିକ ଯାଞ୍ଚ ଜାରି ରହିଛି।

 ଜଣ୍ଡିସ ଆତଙ୍କ, ଭୟରେ ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ
ରୋବାଡ଼ି ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ ଭୟ
୧୦ରୁ ୧୨ ଜଣ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ
୬୦ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ିଥିବା ଅଭିଯୋଗ
ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।