Deepanshu Shokeen Wins DUSU Vice-President: ବସ୍ କଣ୍ଡକ୍ଟରଙ୍କ ପୁଅରୁ ଡିୟୁ ଉପାଧ୍ୟକ୍ଷ, ଚର୍ଚ୍ଚାରେ ଦୀପାଂଶୁ ଶୋକିନ
ବସ୍ କଣ୍ଡକ୍ଟରଙ୍କ ପୁଅରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ଉପାଧ୍ୟକ୍ଷ। ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଦୀପାଂଶୁ ଶୋକିନ। ୨୦୨୬ ଡିୟୁ ଛାତ୍ରସଂଘ ନିର୍ବାଚନରେ ସେ ଉପାଧ୍ୟକ୍ଷ ପଦ ଜିତିଛନ୍ତି।
ପୀରାଗଡ଼ିର ବାସିନ୍ଦା ଦୀପାଂଶୁ ଭଗତ ସିଂହ କଲେଜରୁ ସ୍ନାତକ ହୋଇଛନ୍ତି। ତାଙ୍କ ବାପା ବସ୍ କଣ୍ଡକ୍ଟର ଏବଂ ମାଆ ଅଙ୍ଗନୱାଡ଼ି କର୍ମୀ। ବାପା ତାଙ୍କୁ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିଲେ, କିନ୍ତୁ ଦୀପାଂଶୁ ଛାତ୍ର ରାଜନୀତିକୁ ନିଜ କ୍ୟାରିୟରର ଦିଗ ଭାବେ ବାଛିଥିଲେ।
ଡିୟୁ ନିର୍ବାଚନରେ ଦୀପାଂଶୁ ପ୍ରଥମେ ଏନ୍ଏସ୍ୟୁଆଇରୁ ଟିକେଟ୍ ଚାହିଁଥିଲେ। ତାଙ୍କ ନାମାଙ୍କନ ପରେ ତାହା ପ୍ରତ୍ୟାହାର କରିବାକୁ କୁହାଯାଇଥିଲେ ମଧ୍ୟ ସେ ପଛକୁ ହଟିନଥିଲେ ଏବଂ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।
ସତ୍ୟ ନିକେତନରେ ପିଜି ଆବାସ ଭୁଶୁଡ଼ିବା ଘଟଣା ପରେ ମଧ୍ୟ ଦୀପାଂଶୁ ଛାତ୍ର ସମସ୍ୟାକୁ ନେଇ ସ୍ୱର ଉଠାଇଥିଲେ। ନିର୍ବାଚନ ପରେ ସେ କହିଛନ୍ତି, ବିଭିନ୍ନ କଲେଜର ରାଜନୈତିକ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ସମର୍ଥନ ତାଙ୍କୁ ମିଳିଥିଲା।
ଡିୟୁ ନିର୍ବାଚନରେ ଏବିଭିପି ଅଧ୍ୟକ୍ଷ, ସଚିବ ଓ ଯୁଗ୍ମ ସଚିବ ପଦ ଜିତିଥିବା ବେଳେ ଉପାଧ୍ୟକ୍ଷ ପଦ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୋକିନଙ୍କ ଖାତାକୁ ଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।