Housing Scheme: ବାସଗୃହ ଯୋଜନାର କଚ୍ଛପ ଗତି: ୨ ବର୍ଷରେ ପାଇଛନ୍ତି ମାତ୍ର ୧୨ ହଜାର ହିତାଧିକାରୀ

Jun 24, 2026 - 12:42
Housing Scheme: ବାସଗୃହ ଯୋଜନାର କଚ୍ଛପ ଗତି:  ୨ ବର୍ଷରେ ପାଇଛନ୍ତି ମାତ୍ର ୧୨ ହଜାର ହିତାଧିକାରୀ

"ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଗିରିବ ଖଟିଖିଆଙ୍କ ପାଇଁ ପକାଘର ସାତସପନ ପାଲଟିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଓ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିୱାଇ) ଅଧୀନରେ ଘର ପାଇବାକୁ ବହୁ ଯୋଗ୍ୟ ଆବେଦନକାରୀ ଏବେ ବି ଚାତକ ଭଳି ଅପେକ୍ଷା କରିଛନ୍ତି।

ଗରିବ ଓ ନିରାଶ୍ରୟଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇଦେବା ପାଇଁ ସରକାରୀସ୍ତରରେ ବ୍ୟାପକ ବ୍ୟବସ୍ଥା ଥିଲେ ହେଁ ଜିଲ୍ଲାରେ ଏହାର ମନ୍ଥର ଗତି ଯୋଗୁଁ ଏହି ସମସ୍ୟା ଉପୁଜିଛି।

ଗତ ଦୁଇବର୍ଷରେ ଜିଲ୍ଲାରେ କେବଳ ୧୧,୮୯୬ ଟି ବାସଗୃହ ମଞ୍ଜୁର ହୋଇଛି।Advertisment ୪୦୮୧ଟି ଘର ମଞ୍ଜୁର ହୋଇଥିଲା ଜିଲ୍ଲାରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଜିଲ୍ଲାରେ ୨୬୫୧ଟି ଘର ମଞ୍ଜୁର କରାଯାଇଥିବାବେଳେ ଏଜିୱାଇ ଅଧୀନରେ ୪୦୮୧ଟି ଘର ମଞ୍ଜୁର ହୋଇଥିଲା।

ତେବେ ୨୦୨୫-୨୬ରେ ପିଏମ୍‌ଏୱାଇ-ଜି ରେ କୌଣସି ଗୃହ ମଞ୍ଜୁର କରାଯାଇନଥିବାବେଳେ ଏଜିୱାଇ ଅଧୀନରେ ୫୧୬୪ଟି ଘର ମଞ୍ଜୁର ହୋଇଛି।

ଗତ ଦୁଇବର୍ଷରେ ବାଲିଶଙ୍କରା ବ୍ଲକରେ ୬୧୨ଟି ବାସଗୃହ ମଞ୍ଜୁର ହୋଇଥିବାବେଳେ ବଡ଼ଗାଁରେ ୭୯୪, ବିଶ୍ରାରେ ୧୦୩୨, ବଣାଇଁରେ ୪୮୨, ଗୁରୁଣ୍ଡିଆରେ ୪୫୯, ହେମଗିରରେ ୬୪୫, କେଇଡ଼ାରେ ୪୭୭, କୁଆରମୁଣ୍ଡାରେ ୭୭୫, କୁତ୍ରାରେ ୭୬୮, ଲହୁଣିପଡ଼ାରେ ୫୨୩, ଲାଠିକଟାରେ ୫୮୬, ଲେଫ୍ରିପଡ଼ାରେ ୮୮୫, ନୂଆଗାଁରେ ୮୯୭, ରାଜଗାଙ୍ଗପୁରରେ ୭୦୩, ସବଡେଗାରେ ୬୬୬, ଟାଙ୍ଗରପାଲିରେ ୮୪୦ ଓ ସୁନ୍ଦରଗଡ଼ ସଦର ବ୍ଲକରେ ୭୫୨ଟି ଘର ମଞ୍ଜୁର ହୋଇଛି।

ଗୋଟିଏପଟେ ଘର ମଞ୍ଜୁର ହୋଇଛି, କିନ୍ତୁ ଅପରପଟେ ଯାବତୀୟ ସମସ୍ୟା ଯୋଗୁ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ଅଛନ୍ତି।

ପ୍ରମୁଖ କାରଣ ହେଉଛି, ଆବେଦନକାରୀଙ୍କର ପ୍ରାଥମିକ ତାଲିକା ଓ ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟାରେ ପ୍ରଶାସନିକ ଶିଥିଳତା।

ଆବାସ ପ୍ଲସ୍‌ ଆପ୍ ତଥା ଅନ୍‌ଲାଇନ୍‌ ପୋର୍ଟାଲ ଜରିଆରେ ହଜାର ହଜାର ହିତାଧିକାରୀ ପଞ୍ଜୀକରଣ କରିଥିଲେ ମଧ୍ୟ ସଠିକ୍‌ ସମୟରେ ତୃଣମୂଳସ୍ତରରେ ଯାଞ୍ଚ ହୋଇପାରୁନି।

ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳରେ ନିମ୍ନମାନର କାର୍ଯ୍ୟ ଓ ସ୍ଥାନୀୟ ଠିକାଦାରଙ୍କ ଦୁର୍ନୀତି ପ୍ରତିବନ୍ଧକ ସାଜିଛି।

ଏକାଧିକ ସ୍ଥାନରେ ଆବାସ ଯୋଜନାର ପ୍ରଥମ ଓ ଦ୍ୱିତୀୟ କିସ୍ତି ଅର୍ଥ ନେଇ ଠିକାଦାରମାନେ କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଥିବାରୁ ବହୁ ଗରିବ ହିତାଧିକାରୀଙ୍କ ଘର ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନି।

ଏହାସହ ଜମି ପଟ୍ଟାର ଅଭାବ, ସରକାରୀ ବିବାଦୀୟ ଜମିରେ ବସବାସ କରୁଥିବା ହିତାଧିକାରୀଙ୍କୁ ଅନୁମତି ନ ମିଳିବା, ବୈଷୟିକ ମଞ୍ଜୁରୀରେ ଅହେତୁକ ବିଳମ୍ବ ଯୋଗୁ ଯୋଜନାର ଅଗ୍ରଗତି ବାଧାପ୍ରାପ୍ତ ହୋଇଛି। murder: ପୁରୀରେ ହୋଟେଲ୍ ମାଲିକଙ୍କୁ ହତ୍ୟା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।