Hrithik in Salman's style! ସଲ୍ମାନଙ୍କ ଠାଣିରେ ଋତିକ!
"ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫିଲ୍ମ "ଜେଲର୍ ୨"କୁ ନେଇ ଏବେ ମନୋରଞ୍ଜନ ଜଗତରେ ଜୋର ଚର୍ଚ୍ଚା।
ଏହି ଫିଲ୍ମରେ ସାଉଥ୍ରୁ ବଲିଉଡ୍ ପର୍ଯ୍ୟନ୍ତ ଅନେକ କଳାକାରଙ୍କ ଝଲକ ଦେଖିବାକୁ ମିଳିଛି।
ତେବେ ବଲିଉଡ୍ ଅଭିନେତା ଋତିକ ରୋଶନଙ୍କ କ୍ୟାମିଓ ଓ ତାଙ୍କ ଷ୍ଟାଇଲ୍କୁ ନେଇ ସୋସିଆଲ୍ ମିଡିଆରେ ଟୀକାଟିପ୍ପଣୀ ଆରମ୍ଭ ହୋଇଛି।
ଋତିକଙ୍କ ଦମ୍ଦାର୍ ଅନ୍ଦାଜକୁ କିଛି ପ୍ରଶଂସକ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ତାଙ୍କ ଷ୍ଟାଇଲ୍କୁ ସଲମାନ ଖାଁଙ୍କ ଲୋକପ୍ରିୟ ଚରିତ୍ର ଚୁଲ୍ବୁଲ୍ ପାଣ୍ଡେଙ୍କ ସହ ତୁଳନା କରୁଛନ୍ତି।
ଏପରିକି ଋତିକ ସଲମାନଙ୍କ "ଦବଙ୍ଗ" ଷ୍ଟାଇଲ୍କୁ ଅନୁକରଣ କରିଥିବା ନେଇ ମଧ୍ୟ କେତେକ ସମାଲୋଚନା କରୁଛନ୍ତି।Advertisment Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା ଭାଇରାଲ୍ କ୍ଲିପ୍ରେ ଋତିକଙ୍କୁ ଏକ ସ୍ପୋର୍ଟସ୍ କାର୍ରୁ ଓହ୍ଲାଇବା ସହ ସାର୍ଟର କଲାର୍ରେ ଚଷମା ରଖିଥିବା ଦେଖିବାକୁ ମିଳୁଛି।
ତାଙ୍କର ଏହି ଅନ୍ଦାଜ ଦର୍ଶକଙ୍କୁ "ଦବଙ୍ଗ" ଫିଲ୍ମର ସଲମାନ ଖାଁଙ୍କ ଷ୍ଟାଇଲ୍ ମନେ ପକାଇ ଦେଇଛି।
ଏହି କାରଣରୁ ଦୁଇ ଅଭିନେତାଙ୍କ ଷ୍ଟାଇଲ୍କୁ ନେଇ ଅନଲାଇନ୍ରେ ତୁଳନା ଚାଲିଛି।
ଅନ୍ୟପକ୍ଷରେ, ରଜନୀକାନ୍ତ ଓ ଋତିକ ରୋଶନଙ୍କୁ ଦୀର୍ଘ ବର୍ଷ ପରେ ଏକାଠି ଦେଖିବା ମଧ୍ୟ ପ୍ରଶଂସକଙ୍କ ପାଇଁ ଏକ ଖାସ୍ ଅନୁଭୂତି।
ଏହା ପୂର୍ବରୁ ୧୯୮୬ରେ ରିଲିଜ୍ ହୋଇଥିବା "ଭଗବାନ୍ ଦାଦା" ଫିଲ୍ମରେ ଉଭୟ ଏକାଠି ଅଭିନୟ କରିଥିଲେ।
ସେହି ଫିଲ୍ମରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଥିବାବେଳେ ଋତିକ ଶିଶୁ କଳାକାର ଭାବେ ଗୋବିନ୍ଦା ଚରିତ୍ରରେ ନଜର ଆସିଥିଲେ।
Delhi Internet Shutdown: ଇଣ୍ଟର୍ନେଟ୍ ବନ୍ଦ ଘଟଣାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।