Husband and Wife Die Within Hours: ଗୋଟିଏ ରାତିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ମୃତ୍ୟୁର କାରଣ ଅସ୍ପଷ୍ଟ

Oct 11, 2026 - 15:24
Husband and Wife Die Within Hours: ଗୋଟିଏ ରାତିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ମୃତ୍ୟୁର କାରଣ ଅସ୍ପଷ୍ଟ

ସନ୍ଦେହଜନକ ଭାବେ ଦମ୍ପତିଙ୍କ ମୃତ୍ୟୁ। ଘଟଣା ଘଟିଛି ବିଶୋଇ ମୟୂରଭଞ୍ଜ ଜିଲ୍ଲା ଥାନା ଅଞ୍ଚଳ ଚତରୀସାହି ଗାଁରେ। ସୂଚନା ଅନୁସାରେ ଯଶିପୁର ଥାନା ଅଞ୍ଚଳ ଅସନବଣି ଗାଁର ଭଞ୍ଜ ସିର୍କା (୩୫) ନିଜ ସ୍ତ୍ରୀ ବିରାଙ୍ଗ ସିର୍କା ସହିତ ଗୁରୁବାର ଦିନ ଶଶୁର ଘର ବିଶୋଇ ଥାନା ଅଞ୍ଚଳ ଚତରୀସାହି ଗାଁକୁ ତାଙ୍କ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ରେ ଯୋଗ ଦେବା ପାଇଁ ଆସିଥିଲେ। 

ଶୁକ୍ରବାର ଦିନ ସମସ୍ତ ପରିବାର ଭୋଜି ଭାତ ଖାଇ ସୋଇ ଯାଇଥିଲେ। ଶନିବାର ସକାଳ ସମୟ ସମ୍ପୃକ୍ତ ଦମ୍ପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଲା। ପରେ ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସକ ମାନେ ସ୍ୱାମୀ ଭଞ୍ଜ ସିର୍କାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀ ବିରାଙ୍ଗ ସିର୍କା ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। 

ହେଲେ ବିଳମ୍ବିତ ରାତ୍ରିରେ ସେଠାରେ ଚିକିତ୍ସା କ୍ରମେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।