Husband Complains Against Wife Over Fasting: କରୱା ଚୌଥ୍ ବ୍ରତ ରଖିଲେନି ସ୍ତ୍ରୀ, ଛାଡ଼ପତ୍ର ଧମକ ଦେଲେ ସ୍ୱାମୀ; ଥାନର ଦ୍ୱାରସ୍ଥ ହେଲେ
ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି।
କରୱା ଚୌଥ୍ ଅବସରରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ଉପବାସ ରଖିନଥିବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଇଛନ୍ତି।
ଏପରିକି ତାଙ୍କ ପତ୍ନୀ ତାଙ୍କୁ ମାରିଦେବାକୁ ଚାହୁଁଥିବା ଅଭିଯୋଗ କରି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏହି ଅଭିଯୋଗକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Advertisment ଅଭିଯୋଗକାରୀଙ୍କ ନାମ ବରେଲାଲ ଆଦିବାସୀ।
ସେ ଶିବପୁରୀ ଜିଲ୍ଲାର ବିଜରାୱାନ ଗାଁର ବାସିନ୍ଦା।
ତାଙ୍କ ସ୍ତ୍ରୀ ମିଥିଲେଶ ଆଦିବାସୀ କରୱା ଚୌଥ୍ ବ୍ରତ ପାଳନ କରିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ସେ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ନିଜ ଅଭିଯୋଗରେ ବରେଲାଲ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କ ପାଇଁ କରୱା ଚୌଥ୍ ଉପବାସ ରଖୁନାହାନ୍ତି କି ଚନ୍ଦ୍ର ପୂଜା ମଧ୍ୟ କରୁନାହାନ୍ତି।
ଏହି ବ୍ରତ ଓ ପୂଜା ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ କରାଯାଉଥିବାରୁ ସ୍ତ୍ରୀଙ୍କ ଏଭଳି ଆଚରଣକୁ ସେ ଗ୍ରହଣ କରିପାରୁନାହାନ୍ତି।
ଏପରିକି ତାଙ୍କ ସ୍ତ୍ରୀ ତାଙ୍କ ପ୍ରତି ଅବିଶ୍ୱସ୍ତ ଏବଂ ତାଙ୍କୁ ମାରିଦେବାକୁ ଚାହୁଁଥିବା ମଧ୍ୟ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଯଦି ସ୍ତ୍ରୀ ତାଙ୍କ ପାଇଁ ବ୍ରତ ରଖିବେ ନାହିଁ ଓ ଚନ୍ଦ୍ର ପୂଜା କରିବେ ନାହିଁ, ତେବେ ସେ ତାଙ୍କୁ ଛାଡ଼ପତ୍ର ଦେବେ ବୋଲି ଧମକ ଦେଇଥିବା ଜଣାପଡ଼ିଛି।
Advertisment ଅଭିଯୋଗ ପାଇବା ପରେ ପୋଲିସ ଘଟଣାକୁ ନେଇ ତତ୍ପର ହୋଇଛି।
କୋଲାରସ୍ର ସବ୍ଡିଭିଜନାଲ୍ ପୋଲିସ ଅଫିସର (ଏସ୍ଡିଓପି) ସଞ୍ଜୟ ମିଶ୍ର କହିଛନ୍ତି ଯେ, ଏହି ଦମ୍ପତିଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହାୟତା ନିଆଯିବ।
ଉଭୟଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ପୋଲିସ ଚେଷ୍ଟା କରିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।