Husband-Wife Found Dead: ସ୍ତ୍ରୀକୁ ହାଣି ଝୁଲିପଡ଼ିଲା ସ୍ବାମୀ, ଗୋଟିଏ ଘରୁ ମିଳିଲା ଉଭୟଙ୍କ ମୃତଦେହ
ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଞ୍ଚଳର ନଙ୍ଗାମହଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ଘର ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ସ୍ବାମୀ ଜଣକ ମାରଣାସ୍ତ୍ରରେ ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ସ୍ବାମୀ ନିଜେ ଘର ଭିତରେ ଝୁଲିପଡ଼ିଥିବା ଜଣାପଡ଼ିଛି। ପରେ ଘରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଠାବ କରାଯାଇଛି।
ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା।
ଘଟଣା ଖବର ପାଇ ପୁରୁଣା ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରିଛି। ଘଟଣାର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।
ସ୍ତ୍ରୀକୁ ହାଣି ସ୍ବାମୀ ଝୁଲିପଡ଼ିଲା
ସ୍ତ୍ରୀକୁ ମାରଣାସ୍ତ୍ରରେ ହାଣି ଝୁଲିପଡ଼ିଲା ସ୍ବାମୀ
ପୁରୁଣା ବଜାର ଥାନା ନଙ୍ଗାମହଲା ଗାଁରେ ଅଭାବନୀୟ ଘଟଣା
ଗୋଟିଏ ଘର ଭିତରେ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମୃତଦେହ
ସ୍ବାମୀ-ସ୍ତ୍ରୀ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିବା ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।