Hyundai: ହୁଣ୍ଡାଇର ନୂଆ ଏସୟୁଭି ବେୟନ
ଭୁବନେଶ୍ୱର: ହୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂତନ ଏସୟୁଭି ହୁଣ୍ଡାଇ ବେୟନକୁ ଉତ୍କଳ ଅଟୋମୋବାଇଲ ରେ ଉନ୍ମୋଚନ କରାଯାଇଛି।
ଏହାକୁ ଆଧୁନିକ ଜ୍ଞାନକୌଶଳ, ଉନ୍ନତ ସୁରକ୍ଷା ଓ ଭଲ ପ୍ରଦର୍ଶନ ସହିତ ପ୍ରସ୍ତୁତ କରାଯାଇଛି।
ଏହାର ପ୍ରାରମ୍ଭିକ ମୂଲ୍ୟ ୯,୯୯,୯୯୦ ଟଙ୍କା (ଏକ୍ସ ସୋରୁମ୍) ରଖାଯାଇଛି।
ଏହି ଏସ୍ୟୁଭିରେ ୧.୫-ଲିଟରର ପେଟ୍ରୋଲ୍ ଇଞ୍ଜିନ୍ ରହିଛି ଯାହା ୧୧୫ ପି ଏସ ଶକ୍ତି ଓ ୧୪୩.୮ ଏନଏମ୍ ଟର୍କ ପ୍ରଦାନ କରୁଛି।
ଗ୍ରାହକମାନେ ଏହାକୁ ୬ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଓ ଇଣ୍ଟେଲିଜେଣ୍ଟ୍ ଭେରିଏବଲ୍ ଟ୍ରାନ୍ସମିସନ୍ (ଆଇଭିଟି) ଭଳି ଦୁଇଟି ବିକଳ୍ପରେ କିଣି ପାରିବେ।
ଏଥିରେ ଜେନେରେଟିଭ୍ ଏଆଇ ଭଏସ୍ ଆସିଷ୍ଟାଣ୍ଟ, ୧୨.୩ ଇଞ୍ଚର ପାନୋରାମିକ୍ ଡିସପ୍ଲେ ଓ ୭୦ରୁ ଅଧିକ ବ୍ଲୁଲିଙ୍କ୍ କନେକ୍ଟେଡ୍ ସୁବିଧା ଦିଆଯାଇଛି।
ସୁରକ୍ଷା ପାଇଁ ଏଥିରେ ୫-ଷ୍ଟାର୍ ମାନଦଣ୍ଡ ଓ ୨୩ଟି ଅତ୍ୟାଧୁନିକ ଡ୍ରାଇଭର ସହାୟତା ସୁବିଧା ସହିତ ୮୦ରୁ ଅଧିକ ସୁରକ୍ଷା ବୈଶିଷ୍ଟ୍ୟ ରହିଛି।
ଗାଡ଼ି ଭିତରେ ବସିବା ପାଇଁ ବେଶ୍ ଜାଗା, ଭେଣ୍ଟିଲେଟେଡ୍ ସିଟ୍, ପାନୋରାମିକ୍ ସନରୁଫ୍ ଓ ୫୦୫ ଲିଟରର ବୁଟ୍ ସ୍ପେସ୍ ରହିଛି।
ଏହି ନୂତନ ଏସ୍ୟୁଭି ମୋଟ ୧୦ଟି ସୁନ୍ଦର ରଙ୍ଗର ବିକଳ୍ପରେ ଉପଲବ୍ଧ।
Advertisment ବାତ୍ୟା 'ଅର୍ଣ୍ଣବ'ର ପ୍ରକୋପ!
ନୀଳଚକ୍ରରୁ ଖସିପଡ଼ିଲା ଭକ୍ତଙ୍କର ମାନସିକ ବାନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।